Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଗିଡିଛି ଓଏମ୍ପି ଛକରେ ଟ୍ରାଫିକ୍ ବ୍ୟବସ୍ଥା

20/06/2018 at 10:34 PM

ବିଗିଡିଛି ଓଏମ୍ପି ଛକରେ ଟ୍ରାଫିକ୍ ବ୍ୟବସ୍ଥା। ଟ୍ରାଫିକ୍ ପୁଲିସ ମୁତୟନ ଥାଇ ଯାନ ବାହନ ଯେ ଯାହା ବାଟରେ ଗତି କରୁଥିବା ଲକ୍ଷ୍ୟ କରାଯାଇଛି। ବେଳେ ବେଳେ ସିଗ୍ନାଲ ପୋଷ୍ଟ ମଧ୍ୟ କାମ କରୁନଥିବା ନଜରକୁ ଆସିଛି। ତେବେ ସହରର ଏହି ମୁଖ୍ୟ ଗୋଲେଇ ଛକରେ ଯଦି ଟ୍ରାଫିକ୍ ବ୍ୟବସ୍ଥାକୁ ସଜଡା ନଯାଏ ତେବେ ଏହା ଭବିଷ୍ୟତରେ ଏକ ଡେଞ୍ଜର ଜୋନ୍ ଭାବେ ଯେ ପରିଗଣିତ ନ ହେବ ତାହା କିଏ କହିବ। ତେବେ ଆବଶ୍ୟକ ମାନବ ସମ୍ବଳ ଅଭାବରୁ ସବୁସ୍ଥାନରେ ଟ୍ରାଫିକ୍ ପୁଲିସ ମୁତୟନ ହୋଇପାରୁନଥିବା ଟ୍ରାଫିକ୍ ଏସିପି ପ୍ରତିକ୍ରିୟା ରଖିଛନ୍ତି।

   Related Posts