Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

ବାଲେଶ୍ୱର ସଦର ଅଞ୍ଚଳରେ ମାଟି ମାଫିଆଙ୍କ ରାଜ୍

17/07/2018 at 11:05 PM

ବାଲେଶ୍ବର ସଦର ଓ ରେମୁଣା ବ୍ଲକ ଏବେ ବାଲି ଓ ମାଟି ମାଫିଆଙ୍କ କବ୍ଜାରେ। ସେମନେ ହରିପୁର, ବୁଆଁଳ,ଚଷାଖଣ୍ଡ ଓ ନିଜାମପୁର ପଞ୍ଚାୟତରେ ସମସ୍ତ ଜମି,ପଡ଼ିଆ ଓ ନଦୀତଟ ଉପରେ ଆଧତ୍ପତ୍ୟ ବିସ୍ତାର କରିଛନ୍ତି। ଯତବଳେ ଯେଉଁଠି ଚାହଁଛନ୍ତି ସତବଳେ ସେଇଠି ଖୋଳି ପକାଉଛନ୍ତି। କାହାରରିକୁ କିଛି ପଚାରୁନାହାନ୍ତି କି ବୁଝୁନାହାନ୍ତି। ଆଜକୁ ତିନିଚାରିବାର୍ଷ ହେବ ବାଲି ଓ ମାଟି ମାଫିଆ ମାନେ ଏପ୍ରକାର ଦାଦାଗିରି କରିଚାଲିଛନ୍ତି। ପ୍ରଥମେ ସେମାନେ ସରକାରୀ ଜାଗା ଗୁଡ଼କୁ ତାଡ଼ି ସେଥିରୁ ବାଲି ଓ ମାଟି କାଡ଼ି ବିକ୍ରୀ କଲେ। ସରକାରୀ ଜାଗା ସରିଯିବାରୁ ପରେ ସେମାନେ ଚାଷୀଙ୍କ ଜମିଗୁଡ଼କ ଉପରେ ନଜରପକାଇଲେ। ସେମାନେ ମୁଖ୍ୟତ ରାତି ୧୧ଟାରୁ ୩ଟା ମଧ୍ୟରେ କୌଣସି ଏକ ବ୍ୟକ୍ତିର ବିଲକୁ ଡ଼େ।ଜର ନେଇ ଯାଇ ରାତିସାରା ମାଟି ଖୋଳି ଡ଼ମ୍ବରରେ ଲୋଡ଼ କରି ବିକ୍ରୀ କରିଦେଉଛନ୍ତି। ଏହି ସମୟରେ ସେଠାରେ ୧୦ରୁ ୧୫ଜଣ ଯୁବକ ଭୁଜାଲି,ଖଣ୍ଡା, ବନ୍ଧୁକ ଇତ୍ୟାଦି ଧରି ଜଗି ରହିଥାନ୍ତି। କେହି ପ୍ରତିବାଦ କଲେ ସେମାନଙ୍କୁ ଆକ୍ରମଣ କରନ୍ତି। ଚାଷୀମାନେ ଏ ସଂପର୍କରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନକୁ ଜଣାଇଲେ ମଧ୍ୟ ସେମାନେ କୌଣସି ସୁଫଳ ପାଇପାରୁନାହାନ୍ତି।

   Related Posts