ବାଲେଶ୍ୱର ଜାଇକା ଗୁଳିକାଣ୍ଡର ପର୍ଦ୍ଦାଫାସ, ଛତିଶଗଡ଼ରୁ ଦୁଇଜଣ ଅଭିଯୁକ୍ତ ଗିରଫ
16/07/2018 at 11:34 PM

ଗତ ୮ତାରିଖ ଦିନ ସନ୍ଧ୍ୟାରେ ବାଲେଶ୍ୱର ଓଟି ରୋଡ଼ ପାର୍ଶ୍ୱରେ ନୂଆକରି ଖୋଲିଥିବା ହୋଟେଲ ଜାଇକାରେ ଯେଉଁ ଗୁଳିକାଣ୍ଡ ହୋଇଥିଲା ଏଥିରେ ପୁଲିସ ପ୍ରଥମେ ଜଣଙ୍କୁ ଅଟକ ରଖି ପଚରା ଉଚରା କରିଥିଲା। ହଲେ ମୁଖ୍ୟ ଅଭିଯୁକ୍ତ ଧରାପଡ଼ନିଥିଲା। ଏହି ଗୁଳିପକାଣ୍ଡ ମୁଖ୍ୟତ ଦାଦା ବଟି ଆଦାୟକୁ ନେଇ ହୋଇଥିଲା। ଜଜନ ପାଣିଗ୍ରାହୀ ନାମକ ଜଣେ ଯୁବକ ହଟେଲର ମାଲିକ ସୁଦର୍ଶନ ପ୍ରଧାନଙ୍କୁ ପ୍ରଟେକ୍ସନ ମନି ବାବଦରେ ୧୫ ଲକ୍ଷ ଟଙ୍କା ଦେବାକୁ କହିଥଲା। ସୁଦର୍ଶନ ତାଙ୍କ କଥା ନବୁଝିବାରୁ ଜଜନ ଏପ୍ରକାର କାଣ୍ଡ କରିଥିବାର ସେ ସନ୍ଦେହ କରିଥିଲା। ଏହି ଘଟଣାରେ ଦୁଇଟି ପଲ୍ସରରେ ୫ ଜଣ ଯୁବକ ଆସିଥିବାର ସିସିଟିଭି ଫୁଟେଜରୁ ଜଣାପଡ଼ଛି। ହୋଟେଲ ମାଲିକ ଏହି ଘଟଣାରେ ବାଲେଶ୍ୱର ସଦରଥାନାରେ 8ତାରିଖ ଦିନ ରାତିରେ ଏକ ଅଭିଯୋଗ କରିଥିଲେ। ତାହାରି ମୂଳେ ପୁଲିସ ଅନୁସନ୍ଧାନ ଜାରୀ ରଖଥିଲା। ଯଯନକୁ ଧରିବାପାଇଁ ଗୋଟାଏ ଟିମ୍ ଗଠନ କରାଯାଇଥିଲା। ସେହି ଟିମ୍ ପ୍ରଥମେ କଟକ , ପରେ ଭୂବନେଶ୍ୱର ଓ ଶେଷରେ ଛତିଶଗଡ଼ ରାଇପୁର ଅଞ୍ଚଳର ବିଜୟ ନଗରରେ ଥିବା ଯଯନର ସାଙ୍ଗ ସନ୍ଦିପ କୁମର ପତିର ସଂପର୍କୀୟଙ୍କ ଘରୁ ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ସନ୍ଦିପର ମୋବାଇଲକୁ ଟ୍ରପ କରି ପୁଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା। ସେମାନଙ୍କ ନିକଟରୁ ପୁଲିସ ସେମାନେ ବ୍ୟବହାର କରୁଥିବା ତିନୋଟି ଖୋଖା, ଗୋଟାଏ କଳାରଙ୍ଗର ପଲସର ମଟର ସାଇକଲ ଓ ୬ଟି ମୋବାଇଲ ଜବଦ କରିଛି ବୋଲି ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ଏସ୍ ପି ପ୍ରକାଶ କରିଛନ୍ତି। ସବୁଠାରୁ ବଡ଼ କଥା ଯଯୋନର ବାପା ଜଣେ ପୋଲିସ ଇନ୍ସପେକ୍ଟର। ସେ ଏହି ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି। ଯଯୋନ ୧୩ବର୍ଷରୁ କ୍ରାଇମ୍ କରିବା ଆରମ୍ଭ କରିଛି। ଏବେ ତାର ବୟଷ ୨୦ବର୍ଷ। ଏହି ୮ବର୍ଷ ମଧ୍ୟରେ ସେ ଅନେକ କ୍ରାଇମ୍ କରିସାରିଲାଣି। ଆଶିଷ ନାବାଳକ ଥିବାରୁ ତାକୁ ଜୁଭେନାଇଲ କୋଟକୁ ପଠା ଯାଇଛି ବୋଲି ଏସ୍ ପି କହିଛନ୍ତି।