ବାଲେଶ୍ୱର ଗୋପାଳଗାଁର ଯୁବତୀ ମଧୁସ୍ମିତାକୁ ଏସିଡ଼ମାଡ଼
11/06/2018 at 10:46 PM

ବାଲେଶ୍ୱର ଗୋପାଳଗାଁର ଯୁବତୀ ମଧୁସ୍ମିତାକୁ ଏସିଡ଼ମାଡ଼ ଘଟଣାରେ ସହଦେବଖୁଣ୍ଟାରେ ଦୁଇଟି ମାମଲା ରୁଜୁ ହୋଇଛି। ଏହି ଘଟଣାର ସତ୍ୟାସତ୍ୟ ଜାଣିବାପାଇଁ ସହଦେବଖୁଣ୍ଟା ଥାନା ଅଧତ୍କାରୀ ଜୟନ୍ତ ବେହେରା ଓ ଏସ୍ ପି ବି ଯୁଗଳକିଶୋର କୁମାର ଯୁବତୀଙ୍କ କହିବାମୁତାବକ ଏସିଡ଼ ମରାଯାଇଥିବା ସ୍ଥାନ ଓ ଯୁବତୀ ନିଆଁରେ ପୋଡ଼ିଯାଇଥିବା ସ୍ଥାନକୁ ଯାଇ ଅନୁଧ୍ୟାନ କରିଥିଲେ। ସହରର ସମସ୍ତ ଛକରେ ସିସି କ୍ୟାମେରା ଲାଗିଥିବାରୁ ଯୁବତୀ କହୁଥିବା ସ୍ଥାନରେ ଏପ୍ରକାର ଘଟଣା ଘଟିଥିବାର ସୂଚନା ପୁଲିସ ପାଇନାହିଁ। ଅପର’ୁ ଯୁବତୀ ସହଦେବଖୁଣ୍ଟାର ଡ଼େଷ୍ଟିମନି ଅଫିସକୁ ଯାଇଥିବାର ଓ ସେଠାରୁ ନିର୍ଆଁରେ ପୋଡ଼ି ହୋଇ ଫେରିଥିବାର ପ୍ରମାଣ ପୁଲିସ ହାତରେ ଲାଗିଛି। ଏପଟେ ମଧୁସ୍ମିତା ମହାପାତ୍ର ସହିତ ଯାଇଥିବା ଯୁବତୀ ହରପ୍ରିୟା ଙ୍କ କହିବା ମୁତାମକ ମଧୁସ୍କିତାଙ୍କ ଉପରେ ଏସିଡ଼ ମାଡ଼ ହୋଇନାହିଁ ବୋଲି ପୁଲିସ କହିଛି।
ବାଇଟ-ଜୟନ୍ତ ବହେରା,ସହଦେବଖଂୁଟାଥାନା ଅଧତ୍କାରୀ।