Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||
  • ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ, ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ମୁମ୍ବାଇ ସିଟି ସେଣ୍ଟର ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ମଲ୍‌ରେ ଥିଲେ ପ୍ରାୟ ୩୦୦ ଲୋକ
  • ||

ବହୁମତର ସାବ୍ୟସ୍ଥ କରିବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ , ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ହେବ ପ୍ଲୋର ଟେଷ୍ଟ, ମଧ୍ୟାହ୍ନରେ କମଲନାଥଙ୍କ ପ୍ରେସ୍‌ମିଟ୍‌ !

20/03/2020 at 9:57 AM

ଭୋପାଳ ୨୦।୦୩ : ମଧ୍ୟପ୍ରଦେଶରେ ଚାଲିଥିବା ମହାଡ୍ରାମାରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି । ଶୁକ୍ରବାର ସଂଧ୍ୟା ୫ଟା ସୁଦ୍ଧା ପ୍ଲୋର ଟେଷ୍ଟ କରାଯାଇ କମଲନାଥ ସରକାରଙ୍କୁ ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ପଡିବ ବୋଲି ସୁପ୍ରିମକୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବାଚସ୍ପତିଙ୍କ ନିର୍ଦ୍ଦେଶ ବିରୋଧରେ ଦାୟର କରିଥିବା ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । କରୋନା ଯୋଗୁ ବାଚସ୍ପତି ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ବିଧାନସଭା ମୁଲତବି କରିଥିଲେ ମଧ୍ୟ ମାର୍ଚ୍ଚ ୨୦ରେ ଆସ୍ଥା ଭୋଟ ନିମନ୍ତେ ସମସ୍ତ ବିଧାୟକ ବିଧାନସଭାରେ ଉପସ୍ଥିତ ହେବା ଜରୁରୀ ବୋଲି କୋର୍ଟ ପ୍ରକାଶ କରିଛନ୍ତି ।

 ମଧ୍ୟ ପ୍ରଦେଶରେ ଆଜି ହେବ ଫ୍ଲୋର ଟେଷ୍ଟ । ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ କମଲନାଥ । ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆଜି ସଂଧ୍ୟା ୫ଟାରେ ବିଧାୟକମାନେ ହାତ ଟେକି ସରକାରଙ୍କୁ ସମର୍ଥନ କରୁଛନ୍ତି କିଛି ପ୍ରତ୍ୟାଖ୍ୟାନ କରୁଛନ୍ତି ଏହା ଜଣାଇବେ। ଏବଂ ଏହାର ଭିଡିଓଗ୍ରାଫି କରାଯିବ । ବିଜେପିର ଆବେଦନ ଉପରେ କୋର୍ଟରେ ଶୁଣାଣି ହୋଇଥିଲା । ଏହି ସମୟରେ ବାଚସ୍ପତିଙ୍କ ପକ୍ଷରୁ କୁହାଯାଇଥିଲା ଯେ ବିଧାୟକଙ୍କ ଇସ୍ତଫା ଉପରେ ନିଷ୍ପତ୍ତି ନେବା ଲାଗି ତାଙ୍କୁ ୨ ସପ୍ତାହ ସମୟ ଦିଆଯାଉ । ତେବେ ତେବେ ବିଚାରପତି ଏହାକୁ ଗ୍ରହଣ କରିନଥିଲେ । ବାଚସ୍ପତି ଚାହିଁଲେ ବିଧାୟକମାନଙ୍କ ସହିତ ଭିଡିଓ କନଫରେନ୍ ସିଂ ଜରିଆରେ କଥାବାର୍ତ୍ତା କରିପାରିବେ । ସେପଟେ ଇସ୍ତଫା ଦେଇଥିବା ବିଧାୟକମାନେ ଫ୍ଲୋର ଟେଷ୍ଟରେ ଭାଗ ନେବେ କି ନାହିଁ ଏହା ସେମାନଙ୍କର ଇଚ୍ଛାଧୀନ। କିନ୍ତୁ ସେମାନଙ୍କୁ  ଅଟକ ରହିବା ଲାଗି ବାଧ୍ୟ କରାଯାଇପାରିବ ନାହିଁ।

ତେବେ ବିଦ୍ରୋହୀ ବିଧାୟକମାନଙ୍କ ସୁରକ୍ଷା ସୁନିଶ୍ଚିତ କରଯାଇ ସେମାନଙ୍କୁ ବିଧାନସଭା ମଧ୍ୟରେ ପ୍ରବେଶ କରାଯିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏକ ଘଟଣାକ୍ରମରେ ଗୁରୁବାର ଦିନ ରାତିରେ  ବିଧାନସଭା ବାଚସ୍ପତି କଂଗ୍ରେସ ଦଳର ୧୬ ଜଣ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ କମଳନାଥ ଶୁକ୍ରବାର ମଧ୍ୟାହ୍ଣ ୧୨ଟାରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇଛନ୍ତି ଯେଉଁଥିରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ହେଉଛି ।ତେବେ ଆଗକୁ ଦେଖିବାକୁ ରହିଲା ମଧ୍ୟପ୍ରଦେଶରେ ପୁଣି ପଦ୍ମ ଫେରିବ ନା ସରକାର ବଞ୍ଚାଇପାରିବ ହାତ ।  

   Related Posts