Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ବଲାଙ୍ଗୀର ବାଏପାସ୍ ରାସ୍ତାରେ ପୁଣି କେଁ…

26/06/2018 at 9:53 PM

ବଲାଙ୍ଗୀର ବାଏପାସ ରାସ୍ତାର ନିର୍ମାଣ ପାଇଁ ସର୍ଭେ କରାଯାଇ ବ୍ୟୟ ଅଟକଳ ରିପୋର୍ଟ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରଣାଳୟକୁ ଯିବ ଓ ସେଠାରୁ ଟଙ୍କା ମଞ୍ଜୁର ହୋଇ ଆସିଲେ ଶିଘ୍ର ବାଏପାସ ରାସ୍ତା କାମ ହେବ ବୋଲି ଆଶା ରଖିଥିଲେ ବଲାଙ୍ଗୀରବାସୀ । ହେଲେ ସେହି ଆଶା ଏବେ ପୁଣି ଆଶାରେ ହିଁ ରହିଯାଇଛି। ପୁଣି ବାଏପାସ ରାସ୍ତାକୁ ନେଇ ପସିଛି କେଁ। ବାଏପାସ ରାସ୍ତା ପାଇଁ ଜମି ଅଧିଗ୍ରହଣ କରାଯିବାର ଆବଶ୍ୟକତା ରହିଛି । ଏଥିପାଇଁ କରାଯାଇଥିଲା ସର୍ଭେକାମ। ଏପରିକି ଏନେଇ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରଣାଳୟକୁ ସର୍ଭେ ରିପୋର୍ଟ ଦିଆଯାଇଥିଲା। ହେଲେ ଏହି ସର୍ଭେ ରିପୋର୍ଟ ସବୁ କିଛି ଗଡବଡ କରିଦେଇଛି। ଜମିର ଭୂଲ ମୂଲ୍ୟାୟନ କରି ଅଧିଗ୍ରହଣ କରାଯାଇଥିବା ଜମି ଗୁଡିକ କୋଟି କୋଟି ଟଙ୍କା ଡିଲ କରାଯାଇଥିବା ପ୍ରମାଣ ଲାଗିଛି ସଡକ ଓ ପରିବହନ ମନ୍ତ୍ରଣାଳୟ ହାତରେ। ଯାହା ପାଇଁ ଏବେ ପୁଣି ଅନିଶ୍ଚିତତା ଘେରକୁ ଠେଲି ହୋଇଯାଇଛି ବଲାଙ୍ଗୀର ବାଏପାସ ରାସ୍ତା।

   Related Posts