Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ବଲାଙ୍ଗୀର ତୁଷୁରା ଅଞ୍ଚଳରେ ଡକାୟତି କରିଥିବା ୯ ଜଣ ଡକାୟତ ଗିରଫ ୪ ଜଣ ଫେରାର

5/07/2018 at 11:59 PM

ଦିର୍ଘ ଦିନ ଧରି ବଲାଙ୍ଗୀର ତୁଷୁରା ଥାନା ଅଞ୍ଚଳରେ ନିଜ କାୟା ବିସ୍ଥାର କରିଥିବା ଡକାୟତ ଗ୍ୟାଙ୍ଗ କୁ ଗିରଫ କରିଛି ପୋଲିସ। ଲୋକଙ୍କୁ ଘରେ ପସି ସେମାନଙ୍କୁ ହତିଆର ଦେଖାଇ ଲୁଟ କରିନେଉଥିବା ୯ ଜଣ ଡକାୟତଗୁ ଧରିବାରେ ସଫଳ ହୋଇଛି ପୋଲିସ। ୯ ଜଣ ଗିରଫ ହୋଇଥିବା ବେଳେ ୪ ଜଣ ଫେରାର ମରିଛନ୍ତି। ତାଙ୍କ ସହ ୩ ଜଣ ସୁନା ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ। ପାଖା ପାଖି ୨୬ ଗ୍ରାମର ସୁନା , ୨ ଟି ଦେଶି ବନ୍ଧୁକ , ୪ ଟି ଚାକୁ , ଗୋଟିଏ ଖଣ୍ଡା, ଗୋଟିଏ ଲୁହା ଛଡ ,୩ ଟି ଦେଶି ଗୁଳି , ଅଧା ପୋଡା ମୋବାଇଲ ଓ ହାର୍ଡ ଗିସ୍କ ସହ ଗୋଟିଏ ବୋଲେରୋ , ଗୋଟିଏ ସୁମୋ ସହ ଗୋଟିଏ ନୂତନ ବଜାଜ ଡିସକର୍ଭର ବାଇକ ଜବତ କରିଛି ପୋଲିସ। ଗିରଫ ୯ ଜଣ ପାଟଣାଗଡ ସହ ଆଖପାଖ ଅଞ୍ଚଳର ହୋଇଥିବା ଜଣାପଡିଛି। ସେମାନେ ହେଲେ ସୌରଭ ଓରଫ ମିନକେତନ ପସାୟତ, ମୋହନ ମେହେର , ଲିଙ୍ଗରାଜ ମେହେର , ଛୋଟୁ ଓରଫ ଆନନ୍ଦ ଦାଶ , ଶିବ ବରିହା, ସୁକାନ୍ତ ସୁନା, ଗୌର ଓରଫ ବାସୁଦେବ ଭୋଇ, ଇନ୍ଦ୍ରମଣି ସାହୁ , ପଞ୍ଚାନନ ବିଶ୍ବାଲ। ୯ ଜଣ ଡକାୟତଙ୍କ ସହ ୩ ଜଣ ସୁନା ବ୍ୟବସାୟୀ ଙ୍କୁ ମଧ୍ୟ ଗିରଫ କରିଛି ପୋଲୁସ। ଆଜି ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିବା ସହ ଫେରାର ଥିବା ଅନ୍ୟ ୪ ଜଣଙ୍କୁ ଖୋଜୁଛି ପୋଲିସ।

   Related Posts