ବର୍ଷେ ହେଲାଣି ପ୍ରାପ୍ୟ ପାଇ ନାହାଁନ୍ତି କେନ୍ଦ୍ରୁ ପତ୍ର ତୋଳାଳୀ
27/06/2018 at 9:25 PM

ଠିକାଦାର କଥାରେ ପଡି କେନ୍ଦ୍ରୁ ପତ୍ର ତୋଳିଲେ। ହେଲେ ପତ୍ର ନେଇ ଠିକାଦାର ଛୁ।ଏପଟେ କିନ୍ତୁ କେନ୍ଦୁ ପତ୍ର ତୋଳାଳୀ ବର୍ଷେ ହେଲା ନିଜ ପ୍ରାପ୍ୟ ପାଇଁ ବାର ଦୁଆର ବୁଲୁଛନ୍ତି। ହେଲେ ନା ଠିକାଦାର ନା କେନ୍ଦ୍ରୁପତ୍ର ଡି.ଏଫ୍.ଓ କେହି ବି ଧରା ଛୁଆଁ ଦେଉଛନ୍ତି। ଫଳରେ ଏ ବର୍ଷ ବି କେନ୍ଦୁ ପତ୍ର ନ ତୋଳି ହଇରାଣ ହେଉଛନ୍ତି କୋରାପୁଟ ବୋରିଗୁମ୍ମାର ୪ଟି ଗାଁର ଶହ ଶହ କେନ୍ଦୁ ପତ୍ର ତୋଳାଳୀ।