Saturday, May 25, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବର୍ଷେ ପରେବି ଖୋଲୁନି ପାଲ ହାଇଟସ୍ ମାଲିକ ସତପାଲ ସିଂହଙ୍କ ଘରେ ଲାଗିଥିବା ନିଆଁର ରହସ୍ୟ

ଭୟଙ୍କର କିନ୍ତୁ ରହସ୍ୟମୟ ଅଗ୍ନିକାଣ୍ଡ….୨୦୧୭ ଅଗଷ୍ଟ ୪ ତାରିଖ …ରାଜଧାନୀ ଭୁବନେଶ୍ବରର ଜଣେ ପ୍ରମୂଖ ବ୍ୟବସାୟୀ ସତପାଲ ସିଂହଙ୍କ ଲକ୍ଷ୍ମୀସାଗର ବାସଭବନରେ ଘଟିଥିଲା ଭୟଙ୍କର ଅଗ୍ନିକାଣ୍ଡ। ସପିଙ୍ଗ୍ ମଲ୍ ଓ ହୋଟେଲ ପାଲହାଇଟସ ମାଲିକ ସତପାଲ୍ ଙ୍କ ଘରକୁ ଛାରଖାର କରିଦେଇଥିଲା ନିଆଁ । ସତପାଲଙ୍କ ସାନପୁଅ-ବୋହୂ, ନାତି , ନାତୁଣୀଙ୍କ ସହ ଘରେ ସାହାଯ୍ୟକାରୀ ଥିବା ଜଣେ ଝିଅର ମୃତ୍ୟୁ ହେ।ଇଥିଲା । କିନ୍ତୁ କେମିତି ଲାଗିଲା ନିଆଁ ? ଇଲେକ୍ଟ୍ରିକ୍ ସର୍ଟ ସର୍କିଟ ନା ଆଉ କିଛି ଦୁର୍ଘଟଣା ? କିଏ ଲଗାଇଦେଇଥିଲା କି ନିଆଁ ? ଏମିତି ଅନକେ ପ୍ରଶ୍ନ ଉଠିଥିଲା, ଆଜିଯାଏ ବି ତାର ଉତ୍ତର ମିଳିନି । ଅଭାବନୀୟ ଘଟଣାଟି ସୃଷ୍ଟି କରିଥିଲା ଆଲୋଡନ । ଅଗ୍ନିଶମ ବିଭାଗ, ରାଜ୍ୟ ଫରେନସିକ ବିଭାଗ, କମିଶନରେଟ ପୋଲିସ ତନ୍ନତନ୍ନ ତଦନ୍ତ କରିଥିଲେ । ପୋଷ୍ଟମର୍ଟମ ରିପୋର୍ଟରୁ ସତପାଲଙ୍କ ପୁଅ ଗଗନ ସିଂଙ୍କର ଅଗ୍ନିକାଣ୍ଡରେ ଏବଂ ବୋହୁ ସହ ଅନ୍ୟ ତିନି ଜଣଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସୂଚନା ଆସିଥିଲା । କିନ୍ତୁ ଅଗ୍ନିକାଣ୍ଡର କାରଣ ନେଇ ସେତେବେଳେଲ ସୂଚନାନଥିଲା କି ଏବେଯାଏଁ ବି କିଛି ନାହିଁ । ତଦନ୍ତ ଅଧିକାରୀ ଏବଂ କୌଣସି ଅଧିକାରୀ କେହି କିଛି କହିନାହାନ୍ତି । ଏହାହିଁ ରହସ୍ୟମୟ ।

1263 Views

   ସମ୍ବନ୍ଧିତ ଖବର