ବଗି ଛାଡ଼ି ଇଞ୍ଜିନ୍ ଛୁ। ପୁରୀ ରେଳଷ୍ଟେସନରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପୁରୀ-କଟକ ପାସେଞ୍ଜର ଟ୍ରେନ୍ ପ୍ଲାଟଫର୍ମରେ ୩ ଟି ବଗିକୁ ଛାଡ଼ି କିଛିବାଟ ଟ୍ରେନ୍ ଯିବାପରେ ପୁନଶ୍ଚ ପଛକୁ ଫେରି ବଗି ସଂଯୋଗ ପରେ ଛାଡ଼ିଥିଲା। ତେବେ ନିଜ ତ୍ରୁଟିକୁ ସୁଧାରିବା ବଦଳରେ ଏଭଳି ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ଅତି ହାଲୁକା ଭାବେ ନେଇଛନ୍ତି ଷ୍ଟେସନ ମ୍ୟାନେଜର।