ଫେଲ୍ ମାରିଲା ତ୍ରିପାକ୍ଷିକ ଆଲୋଚନା, ଜୟପୁର ବିଲ୍ଟ ପେପର ମିଲରେ ଅଚଳାବସ୍ଥା ଜାରି
18/07/2018 at 10:03 PM

ଜୟପୁର ବିଲ୍ଟ ପେପର ମିଲରେ ଅଚଳାବସ୍ଥା ଜାରି। ୭ ଦଫା ଦାବୀରେ କର୍ମଚାରୀ ମାନେ ୯ ଦିନ ହେଲା ଆମରଣ ଅନଶନରେ ବସିଥିବା ବେଳେ ଆଜି ହୋଇଥିବା ତ୍ରିପାକ୍ଷିକ ଆଲୋଚନା ଫେଲ୍ ମାରିଛି। ପ୍ରଶାସନର ମଧ୍ୟସ୍ଥତାରେ ଉଭୟ କଂପାନୀ ଓ କର୍ମଚାରୀ ଆଜି ଆଲୋଚନାକୁ ଆସିଥିଲେ କିନ୍ତୁ ଉଭୟେ ନିଜ ନିଜ ଜିଦରେ ଅଟଳ ରହିଥିବାରୁ ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରି ପାରିଲାନି। ସେପଟେ କଂପାନୀ କତ୍ତୃପକ୍ଷ କର୍ମଚାରୀଙ୍କ ସହ କରିଥିବା ଚୁକ୍ତିକୁ ଖିଲାଫ କରିଥିବା ଓ ଆଲୋଚନାକୁ କଂପାନୀର ବରିଷ୍ଠ ଅଧିକାରୀ ମାନେ ନଆସିବାକୁ ନେଇ ଉପଶ୍ରମ କମିଶନର କଂପାନୀ କତ୍ତୃପକ୍ଷଙ୍କ ଉପରେ ବର୍ଷିଥିଲେ। ଅନଶନରତ ଜଣେ କର୍ମଚାରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।