Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀର ସ୍ଵପ୍ନ ଧୂଳିସାତ: ଟେଷ୍ଟ କ୍ରିକେଟ୍‌କୁ ମିଳିଲା ନୂଆ ବାଦଶାହା, ଭାରତକୁ ୮ ଓ୍ଵିକେଟ୍‌ରେ ହରାଇ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଜିତିଲା ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱରରେ ଆଜି ୩୭୫ ପଜିଟିଭ୍‌ ଚିହ୍ନଟ
  • ||
  • ବନ୍ଦିତା ପରିଡ଼ା ହେଲେ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ୟୁକେ ହାଇକୋର୍ଟରୁ ନିରବ ମୋଦୀଙ୍କୁ ଝଟକା, ପ୍ରତ୍ୟର୍ପଣ ବିରୋଧରେ ଦାଖଲ ଆବେଦନ ଖାରଜ, ଏବେ ଭାରତ ଆସିବାକୁ ପଡିବ !
  • ||
  • ଭୁବନେଶ୍ବର : ଗୋରୁ ଚୋରା ଚାଲାଣ ବେଳେ ଜବତ ହେଲା ପିକଅପ୍ ଭ୍ୟାନ୍, ୫ ଗୋରୁ ଉଦ୍ଧାର, ଦଲାଲ ଫେରାର
  • ||
  • ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା : ତାଲା ଭାଙ୍ଗି ଦୋକାନରେ ବୁଲାଇଲେ କଳାକନା, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୁବନେଶ୍ବର : ଅନଲକ୍ ପ୍ରକ୍ରିୟା ଆରମ୍ଭ ପରେ ଲୋକେ ମାନୁନାହାନ୍ତି କୋଭିଡ୍ ନିୟମ, ସୃଷ୍ଟି ହୋଇପାରେ ବିପଦ – ଡିଏମଇଟି
  • ||
  • ଭୁବନେଶ୍ବର : ଚଳିତ ବର୍ଷ ୩୦% ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ – ଗଣଶିକ୍ଷା ମନ୍ତ୍ରୀ
  • ||
  • କାମାକ୍ଷାନଗର : ଜଙ୍ଗଲକୁ ଯାଇଥିବା ବେଳେ ପଡିଗଲେ ଭାଲୁ ହାବୁଡରେ, ଆକ୍ରମଣରେ ୨ ଗୁରୁତର
  • ||
  • ଦେଶରେ ତଳମୁହାଁ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦ ହଜାରରୁ ଅଧିକ ପଜିଟିଭ୍,୧୩୫୮ ମୃତ
  • ||

ଫିଲ୍ମୀ ଷ୍ଟାଇଲ୍‌ରେ ଡନ ବ୍ରଦର୍ସଙ୍କୁ ଦେଖା କରିବାକୁ ଆସିଥିବା ସହଯୋଗୀ ମଦନମୋହନ ସାହୁକୁ ଉଠାଇନେଲା ପୋଲିସ

2/07/2018 at 10:42 PM

ପୁଣି ଧଳ ସାମନ୍ତଙ୍କ ସହଯୋଗୀଙ୍କୁ ପଞ୍ଝା ମାରିଛି ସ୍ପେଶାଲ ସ୍କ୍ୱାର୍ଡ। କୋର୍ଟ ବାହାରୁ ଧଳ ସହଯୋଗୀ ଚାଉଳିଆଗଞର ମଦନମୋହନ ସାହୁ ଓରଫ ମଦନାକୁ ଫିଲ୍ମି ଷ୍ଟାଇଲରେ ଉଠାଇନେଲା ସ୍ପେଶାଲସ୍କ୍ୱାର୍ଡ। ଦିର୍ଘ ସମୟ ଧରି କୋର୍ଟ ବାହାରେ ଡିରା ପକାଇଥିବା ସ୍ପେଶାଲ ସ୍କ୍ୱାର୍ଡ ଟିମ ଅଭିଯୁକ୍ତ ଦିନ ପ୍ରାୟ ସାଢେ ୩ ଟାରେ କୋର୍ଟରୁ ବହାରି କିଛି ବାଟ ଯିବା ପରେ ଅଭିଯୁକ୍ତକୁ ରାଉଣ୍ଡ ଅପ କରିଥିଲା ପୋଲିସ ଟିମ। ପରେ ପରେ ତାଙ୍କୁ ନିଜ ହେପାଜତକୁ ନେଇ ଏକ ମଟର ସାଇକେଲର ୧୦ ଜଣିଆ ଟିମ ଏକ ଅଜଣା ଯାଗାକୁ ନେଇ ଯାଇଥିବା ଜଣାପଡିଛି। ଧଳ ସାମନ୍ତ ଭ୍ରାତାଙ୍କ ସହ ଗିରଫ ହୋଇଥିବା ଭଜନା ଓରଫ ସଞୟ ସାହୁର ଭାଇ ମଦନା ବୋଲି ଜଣାପଡିଛି। ତେବେ ଧଳ ଓ ତାଙ୍କ ସହଯୋଗୀଙ୍କୁ ଜେଲ ବାହାରେ ରହି ଆର୍ଥିକ ସାହଯ୍ୟ ମଦନା ଯୋଗାଉଥିବା ପୋଲିସ ଏକ ସୂତ୍ରରୁ ଖବର ପାଇ ମଦନା ସାହୁକୁ ସ୍ପେଶାଲ ସ୍କ୍ୱାର୍ଡ ଉଠାଇନେଥିବା ଜଣା ପଡିଛି।
ଓମ ଓ ଦିପୁ ହତ୍ୟା କାଣ୍ଡ ଘଟଣାରେ ଶୁଶିଲ ଧଳ ସମାନ୍ତ ଓ ଶୁସାନ୍ତ ଧଳ ସାମନ୍ତଙ୍କୁ ବାଲେଶ୍ବର ଓ ବଲାଙ୍ଗରୀରୁ ଆଣି ଆଜି କୋର୍ଟରେ ହାଜର କରଥିଲା ପୋଲିସ। ତା ସହ ଅନ୍ୟ ସହଯୋଗୀଙ୍କୁ ମଧ୍ୟ ହାଜର କରାଇଥିଲା ପୋଲିସ। ସୋମବାର ସମୟ ଅଭାବରୁ କୋର୍ଟରେ ଦିପୁଙ୍କ ବାପାଙ୍କୁ ଅଧା ଯେରା କରିଥିବା ବେଳେ ଆସନ୍ତା କାଲିକୁ ପୁଣି ଜେରା କରାଯିବ ବୋଲି କହିଛନ୍ତି। ସେଥିପାଇଁ ଉଭୟଙ୍କୁ ଗୋଟିଏ ଦିନ ପାଇଁ ଚୌଦ୍ବାର ଜେଲର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

   Related Posts