Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ପ୍ରେମ ବିବାହର ସୁଖ ରହିଲାନି: ଏକାଠି ଗଛରେ ଝୁଲି ପଡିଲେ ସ୍ବାମୀ-ସ୍ତ୍ରୀ, ଏବେ ବର୍ଷକର ପୁଅ ବେସାହାରା

14/10/2020 at 4:31 PM

କଣ୍ଟାବାଞ୍ଜି୧୪/୧୦: ଝୁଲନ୍ତା ଅବସ୍ଥାରେ ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର। ତୁରେକେଲା ଥାନା ଗଡ଼ିଆଜୋର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏକ ଶାଗୁଆନ ଗଛରେ ସ୍ବାମୀ-ସ୍ତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖିଥିଲେ। ମୃତ ସ୍ବାମୀ-ସ୍ତ୍ରୀ ହେଲେ ଗଡ଼ିଆଜୋର ଗାଁ ଗ୍ରାମରକ୍ଷୀଙ୍କ ପୁଅ ନୀଳକଣ୍ଠ କଟା ଏବଂ ଶାନ୍ତି କଟା।

ମିଳିଥିବା ଅବସ୍ଥାରେ ଗତକାଲି ଭାଲୁମୁଣ୍ଡା ଗାଁ ବ୍ୟାଙ୍କରେ କାମ ଅଛି କହି, ସ୍ବାମୀ-ସ୍ତ୍ରୀ ବାହାରିଥିଲେ। ହେଲେ ସେମାନେ ଆଉ ଫେରିନଥିଲେ। ପରିବାର ଲୋକେ ଦୁହିଁଙ୍କୁ ଖୋଜାଖୋଜି କରିବା ପରେ ବି ସେମାନଙ୍କ ସନ୍ଧାନ ପାଇନଥିଲେ। ବୁଧବାର ଚାଷ ଜମିରେ ଥିବା ଶାଗୁଆନ ଗଛରେ ଦମ୍ପତିଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ତୁରେକେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି।

ତେବେ ଗତ ୩ ବର୍ଷ ହେବ ନୀଳକଣ୍ଠ ଶାନ୍ତିଙ୍କୁ ପ୍ରେମ ବିବାହ କରିଥିଲେ। ସେମାନଙ୍କର ଏକ ବର୍ଷର ପୁତ୍ର ସନ୍ତାନ ଅଛି। ଛୋଟ ବଡ କଥାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ସ୍ବାମୀ-ସ୍ତ୍ରୀ ୨ ଜଣ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। କାହିଁକି ଦୁହେଁ ଏଭଳି ନିଷ୍ପତ୍ତି ନେଲେ, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ।

   Related Posts