Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ପ୍ରବଳ ବର୍ଷାରେ ବେହାଲ ଶ୍ରୀକ୍ଷେତ୍ର

27/06/2018 at 9:34 PM

ପ୍ରବଳ ବର୍ଷାରେ ବେହାଲ ଶ୍ରୀକ୍ଷେତ୍ର। ଗତକାଲି ସ୍ନାନପୁର୍ଣ୍ଣିମା ଥିବାବେଳେ ରଥଯାତ୍ରାକୁ ଆଉ ମାତ୍ର ୧୫ ଦିନ ବାକି ରହିଛି। ତେବେ ପ୍ରବଳ ବର୍ଷା ଫଳରେ ପୁରୀ ସହରର ବଡ଼ଦାଣ୍ତ ତଥା ବିଭିନ୍ନ ଗଳିକନ୍ଦିରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା। ଆଜି ସକାଳୁ ପ୍ରବଳ ବର୍ଷା ହେବା ଫଳରେ ବଡ଼ଦାଣ୍ତର ଉଭୟ ପାର୍ଶ୍ୱରେ ବର୍ଷା ପାଣି ଜମି ରହିଥିବାରୁ ଚାରିଚକିଆ ଓ ଦୁଇ ଚକିଆ ଯାନ ଅଟକି ରହିଥିଲା। ଡ଼୍ରେନେଜ ଓ ସ୍ୱେରଜ କାର୍ଯ୍ୟ ସହ ରଥଯାତ୍ରା ପାଇଁ ସହରକୁ ଅପର୍ଯ୍ୟାସ୍ତ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ବର୍ଷାଜଳ ନିଷ୍କାସନ କରିବାରେ ପ୍ରଶାସନ ଫେଲ୍ ମାରିଛି। ଯାହାକୁ ନେଇ ଭକ୍ତ ଏବଂ ଶ୍ରୀକ୍ଷେତ୍ର ବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ସେହିପରି ପ୍ରବଳ ବର୍ଷା ଯୋଗୁଁ ରଥଖଳାରେ ରଥନିର୍ମାଣ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି। ରଥର ସିଂହାସନରେ ଠାକୁର ବସିବା ପାଇଁ ମହାରଣା ସେବକମାନେ ଚକା କାମ ଆରମ୍ଭ କରିଛନ୍ତି। ତିନିରଥରେ ୪ ଇଞ୍ଚ ମୋଟେଇର ଚକା କାମ ସରିଛି। ପୂର୍ବରୁ ପ୍ରତି ରଥର ତିନୋଟି ଲେଖାଏଁ ଦୁଆର ବେଢ଼ା ନିର୍ମାଣ ସରିଥିବା ବେଳେ ଗତକାଲି ତିନିରଥରେ ତାଗ ବାଡ଼ିଆ କାମ ସରିଛି। ତେବେ ପ୍ରବଳ ବର୍ଷା ଯୋଗୁଁ ଆଜି ରଥନିର୍ମାଣ କାର୍ଯ୍ୟରେ ବାଧାସୃଷ୍ଟି ହୋଇଥିବା ମହାରଣା ଏବଂ ଭୋଇ ସେବାୟତ କହିଛନ୍ତି।

   Related Posts