Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ପ୍ରବଳ ବର୍ଷାରେ ବେଙ୍ଗାଲୁରୁରେ ବନ୍ୟା ସ୍ଥିତି: ୩୦୦ ଘର ଉବୁଟୁବୁ, ଭାସିଗଲା ୫୦୦ ବାଇକ ଓ ସ୍କୁଟର

24/10/2020 at 2:52 PM

ବେଙ୍ଗାଲୁରୁ ୨୪/୧୦: ଲଗାଣ ବର୍ଷାରେ ବେହାଲ ବେଙ୍ଗାଲୁରୁ। ପ୍ରବଳ ବର୍ଷାରେ ସେଠାରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।  ଶୁକ୍ରବାର ସନ୍ଧ୍ୟାରେ ସ୍ଥିତି ଏମିତି ହେଲା ଯେ ୩୦୦ ଘର ପାଣିରେ ଉବୁଟୁବୁ ହେବା ସହ ପାଖାପାଖି ୫୦୦ ସ୍କୁଟର ଓ ବାଇକ ପାଣିରେ ଭାସିଛି। ତେବେ ଏଥିରେ ୧୦୦ କାର୍ ମଧ୍ୟ ସାମିଲ ଅଛି।

ହୋସାକେରାଲିରେ ଥିବା ଗୁରୁଦତ୍ତର ଲେଆଉଟ, ଦତାତ୍ରେୟ ନଗର ଓ ଆରଆର ନଗରରେ ଥିବା ପ୍ରମୋଦ ଲେ ଆଉଟରେ ପ୍ରବଳ ବର୍ଷା ହୋଇଛି। ପରିସ୍ଥିତି ଏମିତି ହେଲା ବର୍ଷା ଜଳରେ ଡ୍ରେନ ପାଣି ମଧ୍ୟ ରାସ୍ତାକୁ ମାଡି ଆସିବା ସହ ଘର ଭିତରେ ପଷିଲା। ଏପରିକି ଆରଆର ନଗରର ଭିମାନକାଟେ ଲେକ ପାଣିରେ ଉଚ୍ଛୁଳି ଉଠିଛି। ଏହା ସହ ପାଖରେ ଥିବା ୨୦ ଘର ଜଳବନ୍ଦୀରେ ରହିଛି।

ବିବିଏମପି କମିଶନର ମଞ୍ଜୁନାଥ ପ୍ରସାଦ କହିଛନ୍ତି ଏତେ ବର୍ଷା କେବେ ହେବ ବୋଲି କେହି କେବେ କଳ୍ପନା ମଧ୍ୟ କରି ନ ଥିଲେ। ତେବେ ୧୫ଟି ଅଞ୍ଚଳରୁ ପ୍ରାୟ ୫୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। କେନଗିରି ଓ ଆରଆର ନଗରରେ ଯଥାକ୍ରମେ ୧୦୩ମିଲିମିଟର ଓ ୧୦୨ ମିଲିମିଟର ସନ୍ଧ୍ୟା ୭ଟା ସୁଦ୍ଧା ସବୁଠୁ ଅଧିକ ବର୍ଷା ଜଳ ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ କହିଛି। ଭାରି ବର୍ଷା ଯୋଗୁ ଏବେ ସହରରେ ୟେଲୋ ଓ୍ବାଣ୍ଣିଂ ଜାରି କରାଯାଇଛି।

   Related Posts