ପେଥାଇ କନ୍ଧମାଳ ଚାଷୀର ମେରୁଦଣ୍ଡ ବଙ୍କା କରିଦେଇ ଯାଇଛି : ମୁଣ୍ଡରେ ହାତ ଦେଇ କେବଳ ସରକାରୀ ସହାୟତାକୁ ଅନାଇ ବସିଛି ଚାଷୀ
19/12/2018 at 5:59 PM

ଫୁଲବାଣୀ୧୯|୧୨: ପେଥାଇ କନ୍ଧମାଳ ଚାଷୀର ମେରୁଦଣ୍ଡ ବଙ୍କା କରିଦେଇ ଯାଇଛି । ଶହ ଶହ କ୍ବିଣ୍ଟାଲ ଧାନ ଓଦା ହୋଇ ନଷ୍ଟ ହୋଇଛି । ବାତ୍ୟା ଭୟରେ ଚାଷୀ ତର ତର ହୋଇ ଧାନ କାଟିଥିଲା । କିଛି ଧାନ ଖଳାକୁ ଆଣି ବିକଳରେ ସାଇତି ରଖିବାକୁ ଚେଷ୍ଟା କରିଥିବା ବେଳେ ଆଉ କିଛି ବିଲରେ ରହିଯାଇଥିଲା । ଆଉ ଲଗାଣ ବର୍ଷାରେ ଧାନ ସବୁ ଯାଇଛି । ମୁଣ୍ଡରେ ହାତ ଦେଇ କେବଳ ସରକାରୀ ସହାୟତାକୁ ଅନାଇ ବସିଛି ଚାଷୀ ।

ତିତ୍ଲି ଯାହା କ୍ଷତି କରିଥିଲା । ଏବେ ପେଥାଇ ସବୁ ସାରିଦେଲା । କନ୍ଧମାଳର ଚାଷୀ କରିବେ କଣ? କେମିତି ଯୋଗାଡ଼ ହେବ ବର୍ଷକର ଦାନା ? କେମିତି ସୁଝିବେ ଋଣ ? ବର୍ଷା ଛାଡ଼ିଯାଇଛି ସତ । ହେଲେବିଲ ପାଣିରେ ବୁଡ଼ିକି ରହିଛି । ବାତ୍ୟା ସୂଚନା ପାଇଁ ଚାଷୀ ତର ତର ହେଇ ଧାନ କାଟି ଖଳାକୁ ଆଣିଲା। ହେଲେ ସବୁ ଧାନକୁ ଘୋଡ଼ାଇ ରଖିବାକୁ ଏତେ ପଲିଥିନ୍ ବା କୋଉଠୁ ଆସିବ ? ତେଣୁ ଖୋଳାରେ ପଡ଼ିଥିବାଧାନ ସବୁ ଯାଇଛି । କେବେ ସରକାରୀ ବାବୁ ଆସିବେ, କ୍ଷୟକ୍ଷତିର ଆକଳନ କରିବେ ଆଉ ସହାୟତା ମିଳିବ ତାକୁଏବେ ଅପେକ୍ଷା ….

ଫୁଲବାଣୀ ସମେତ, ଟିକାବାଲି, ଜି.ଉଦୟଗିରି, ବାଲୁଗୁଡ଼ା, ତୁମୁଡ଼ିବନ୍ଧ, କୋଟଗଡ଼, ରାଇକିଆ ଆଦି ଜିଲ୍ଲାରେ ବର୍ଷା ଯୋଗୁ ବ୍ୟାପକ ଫସଲ ନଷ୍ଟ ହୋଇଛି । ଏନେଇ ଜିଲ୍ଲା କୃଷି ଉପନିର୍ଦ୍ଦେଶକଙ୍କ କହିବା କଥା ଯଦି କୋଣସି ସ୍ଥାନରେ କ୍ଷୟକ୍ଷତି ହୋଇଥାଏ ତବେ, ସେ ସଂପର୍କିତ ତଦନ୍ତ’ କରି ରିପୋର୍ଟ ଦେବାଲାଗି କୁହାଯାଇଛି । ରିପୋର୍ଟ ଆସିଲା ପରେ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ ।
କେବେ ତଦନ୍ତ ସରିବ, ଆଉ ଚାଷୀ ସରକାରୀ ସହାୟତା ପାଇବେ ତାକୁ ଏବେ ଅପେକ୍ଷା