Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ପୂର୍ବତନ ବ୍ଲକ୍ ଅଧକ୍ଷଙ୍କ ମାନବିକତା: ଦୁର୍ଘଟଣାରେ ଆହତ ସ୍ବାମୀ ଓ ୯ ମାସର ର୍ଗଭବତୀ ସ୍ତ୍ରୀଙ୍କୁ କଲେ ସହାୟତା

19/05/2021 at 4:52 PM

ଆନନ୍ଦପୁର, ୧୯/୫: ମାନବିକତା ଦେଖାଇଲେ ପୂର୍ବତନ ବ୍ଲକ ଅଧକ୍ଷ l ରାଜ୍ଯରେ ଏବେ ଲକଡାଉନ୍ ଚାଲିଥିବା ବେଳେ ୯ ମାସର ର୍ଗଭବତୀ ସ୍ତ୍ରୀଙ୍କୁ ବାଇକ୍ ଯୋଗେ ଡାକ୍ତରଖାନା ନେବା ବାଟରେ ଏକ ଟ୍ରକ୍ ଧକ୍କା ଦେଇ ଚାଲିଯାଇଥିଲା l ଆନନ୍ଦପୁର ଉପଖଣ୍ଡ ୨୦ ନଂ ଜାତିୟ ରାଜପଥର ବେଲବାହାଳି ନିକଟରେ ଆଜି ଏଭଳି ଏକ ଘଟଣା ଘଟିଥିଲା l

ହେଲେ ଲକଡାଉନ କାରଣରୁ ରାସ୍ତା ଘାଟ ଶୂନ ଶାନ୍ ହୋଇଥିବାରୁ ଉଭୟ ସ୍ବାମୀ ସ୍ତ୍ରୀଙ୍କୁ ସାହାରା ଦେବାକୁ ଆଖପାଖରେ କେହି ନଥିଲେ l ଏତିକି ବେଳେ ସେହି ବାଟଦେଇ ଯାଉଥିବା ପୂର୍ବତନ ଘସିପୁରା ବ୍ଲକ୍ ଅଧକ୍ଷ ଦେବାଶିଷ ପାତ୍ରଙ୍କ ନଜର ସେମାନଙ୍କ ଉପରେ ପଡିଥିଲା l କାଳ ବିଳମ୍ବ ନକରି ଦୁର୍ଘଟଣା ସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରି ନିଜ ଗାଡିରେ ନେଇ ଆନନ୍ଦପୁର ମେଡିକାଲରେ ପହଁଞ୍ଚାଇ ଥିଲେ ଦେବାଶିଷ l

ଏଥିସହ ଉଭୟଙ୍କ ଚିକିତ୍ସା ସମ୍ପର୍କରେ ମେଡିକାଲ କର୍ମଚାରୀଙ୍କ ସହ ଆଲୋଚନା କରି ଉପଯୁକ୍ତ ଚିକିତ୍ସା ପାଇଁ ନିଶ୍ଚିତ କରାଇଥିଲେ l ରାମଚନ୍ଦ୍ରପୁର ଥାନା ଅଧିନ ସାଇଁପାଳ ଗ୍ରାମର ପଙ୍କଜ ସ୍ବାଇଁ, ପତ୍ନି ରେଣୁବାଳାଙ୍କୁ ଚେକ୍ଅପ କରିବାକୁ ମେଡିକାଲ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା l ତେବେ ଏହି ସ୍ବାମୀ ସ୍ତ୍ରୀଙ୍କ ପାଇଁ ଆଜି ଦେବାଶିଷ ଦେବଦୁତ ପରି କାମ କରିଥିବା ସ୍ଥାନିୟ ଅଞ୍ଚଳରେ ଚର୍ଚ୍ଚା ହେଉଛି l

   Related Posts