ପୁରୀ ଜିଲ୍ଲାପାଳ ଓ ଶ୍ରମନ୍ଦିରର ପୂର୍ବ ପ୍ରଶାସକଙ୍କ ନାଁରେ ଏତଲା
29/06/2018 at 10:21 PM

ପୁରୀ ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ଅସମ୍ମାନିତ କରାଯାଇଥିବା ଘଟଣା ନେଇ ପୁରୀ ଏସଡ଼ିଜେଏମ୍ ଙ୍କ କୋର୍ଟରେ ହୋଇଛି ମାମଲା। ଜଗନ୍ନାଥ ସେନା ପକ୍ଷରୁ ଆବାହକ ପ୍ରୀୟଦର୍ଶନ ପଟ୍ଟନାୟକ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ୍ ଓ ପୂର୍ବତ୍ତନ ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କ ବିରୋଧରେ ଏହି ମାମଲା ରୁଜୁ କରିଛନ୍ତି। ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ଶ୍ରୀମନ୍ଦିରରେ ସେବାୟତମାନେ ଦୁର୍ବ୍ୟବହାର କରିନଥିବା ବେଳେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଏନେଇ ଆଲୋଚନା ଓ ପ୍ରସ୍ତାବ ଗ୍ରହଣ କରାଯିବା ଏକ ଅପରାଧିକ ଷଡ଼ଯନ୍ତ୍ର ବୋଲି ଜଗନ୍ନାଥ ସେନା କହିଛି। ରାଷ୍ଟ୍ରର ମୁଖ୍ୟଙ୍କ ନାମ ନେଇ ଏଭଳି ମିଥ୍ୟା ଅଭିଯୋଗ ଆଣିବା ସରକାରୀ ଅଧିକାରୀମାନଙ୍କର ଏକ ଅପରାଧିକ ଷଡ଼ଯନ୍ତ୍ର ବୋଲି ଜଗନ୍ନାଥ ସେନା ମାମଲାରେ ଉଲ୍ଲେଖ କରିଛି। ଏହାସହ ଶ୍ରୀମନ୍ଦିର, ଶ୍ରୀଜଗନ୍ନାଥ ଓ ସେବାୟତଙ୍କୁ ଅପମାନ କରିବା ସହ ଧାର୍ମିକ ଭାବନାରେ ଉଊକ୍ତ ଅଧିକାରୀ ମାନେ ଆଘାତ ଆଣିଥିବା ଅଭିଯୋଗ ହୋଇଛି। ଏଣୁ ଏହି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମାମଲାରେ ଆବେଦନ କରାଯାଇଛି।