Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ବିଭିନ୍ନ ବିଭାଗର ମକଡ୍ରିଲ୍

5/07/2018 at 11:56 PM

ରଥଯାତ୍ରା ପୂର୍ବରୁ ବିଭିନ୍ନ ବିଭାଗର ଆପଦକାଳୀନ ପ୍ରସ୍ତୁତି ସଂପର୍କରେ ଆଜି ଅନୁଷ୍ଠିତ ହୋଇଯାଇଛି ମକଡ଼୍ରିଲ୍। କୌଣସି ନିର୍ଦ୍ଦିଷ୍ଟ ଜରୁରୀ ଘଟଣାକୁ ପ୍ରଶାସନ କିଭଳି ମୁକାବିଲା କରିବ ସେ ନେଇ ଏକ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡ଼ି.ଭି ସ୍ୱାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୋଲିସ, ଦମକଳ ବାହିନୀ, ଓଡ଼୍ରାଫ, ଏନଡ଼ିଆରଏଫ, ସ୍ୱାସ୍ଥ୍ୟ ବିଭାଗ, ପୂର୍ତ୍ତ ବିଭାଗ ପ୍ରଭୃତିର ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲୋ। ଟାଉନ୍ ଥାନାରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏକ ଇଣ୍ଟିଗ୍ରେଟେଡ଼ କଣ୍ଟ୍ରୋଲ ରୁମ୍ ଖୋଲାଯାଇ ସମସ୍ତ ଘଟଣା ଓ ଦୁର୍ଘଟଣାକୁ ନିୟନ୍ତ୍ରଣ କରାଯିବ। ଶ୍ରୀମନ୍ଦିର, ସହର ଓ ଗୁରୁତ୍ୱପୁର୍ଣ୍ଣ ସ୍ଥାନ ମାନଙ୍କରେ ସ୍ଥାପିତ ୧୮୦ ରୁ ଉର୍ଦ୍ଧ ସିସିଟିଭି ସମସ୍ତ ବ୍ୟବସ୍ଥାର ନିୟନ୍ତ୍ରଣ କରାଯିବ। ଶ୍ରୀମନ୍ଦିର ଭିତରେ ୭୦ ରୁ ଉର୍ଦ୍ଧ ଓ ବଡ଼ଦାଣ୍ତରେ ୩୦ ରୁ ଅଧିକ ସିସିଟିଭି ମାଧ୍ୟମରେ ରଥଯାତ୍ରାର ବିଭିନ୍ନ ଦିଗ ଉପରେ ତୀକ୍ଷ୍ଣ ନଜର ରଖାଯିବ। ପ୍ରତ୍ୟେକ ବିଭାଗର ଜଣେ ଲେଖାଏଁ ଅଧିକାରୀ ଇଣ୍ଟି ଗ୍ରେଟେଡ଼ କଣ୍ଟ୍ରୋଲରୁମରେ ରହି ସମସ୍ତ ଆପଦକାଳୀନ ଜରୁରୀ ବ୍ୟବସ୍ଥାର ତଦାରଖ କରିବେ। ଆଜିର ଏହି ମକଡ଼୍ରିଲରେ ଜିଲ୍ଲାପାଳ, ଏସପି, ଅତିରିକ୍ତ ଜିଲ୍ଲାପାଳଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ସାମିଲ ଥିଲେ।

   Related Posts