Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ପୁରୀରେ ପହଞ୍ଚିଲା ସ୍ବର୍ଣ୍ଣିମ ବିଜୟ ମଶାଲ, ସ୍ୱାଗତ କଲେ ବହୁ ବିଶିଷ୍ଟ ବ୍ୟକ୍ତି

5/11/2021 at 5:39 PM

ପୁରୀ, ୦୫/୧୧: ସ୍ବର୍ଣ୍ଣିମ ବିଜୟ ମଶାଲକୁ ଆଜି ପୁରୀରେ ସ୍ବାଗତ କରାଯାଇଛି। ଏହି ମଶାଲ  ସକାଳ ୮ ଟା ସମୟରେ ବ୍ଲୁ ଫ୍ଲାଗ ବିଚରେ ପହଞ୍ଚିବା ପରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ସୁଭାଷ ଚନ୍ଦ୍ର ନାଥଶର୍ମା, ଡିଏଫଓ  ପି. ରାମାସ୍ବାମୀ ପ୍ରମୁଖ ପାଛୋଟି ନେଇଥିଲେ । ଭାରତୀୟ ଯବାନମାନଙ୍କ ବୀରତ୍ବ ଓ ବଳିଦାନ ଯୋଗୁଁ ଦେଶ ଆଜି ଶତ୍ରୁ କବଳରୁ ସୁରକ୍ଷିତ ରହିଛି। ବିଭିନ୍ନ ପଡୋଶୀ ରାଷ୍ଟ୍ରସହ ସୀମା ବିବାଦ ସତ୍ତ୍ବେ ଭାରତୀୟ ସେନା ନିଷ୍ଠା ଓ ଅତ୍ୟନ୍ତ ଦାୟିତ୍ବବାନ ତଥା ଶୃଙ୍ଖଳିତ ହୋଇ ଦାୟିତ୍ବ ତୁଲାଉଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥିଭାବେ ଅବସାରପ୍ରାପ୍ତ କର୍ଣ୍ଣେଲ ମାନସ ରଞ୍ଜନ ମହାନ୍ତି, କର୍ଣ୍ଣେଲ ଦେବଦତ୍ତ ସ୍ବାଇଁ, କର୍ଣ୍ଣେଲ ପି.ଏସ. ଶେଖାୱତ, କର୍ଣ୍ଣେଲ ଇ.ପି. ଇଲିଆସ୍, ଲେଫ୍ଟନାଣ୍ଟ କର୍ଣ୍ଣେଲ ରିଶି ୱାହି ପ୍ରମୁଖଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା। ସେହିପରି ପ୍ରବନ୍ଧ, ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଚଳିତ ବର୍ଷ ଭାରତୀୟ ସେନା ଏହାର ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳନ କରୁଛି ।

୧୯୭୧ ମସିହାରେ ଭାରତ- ପାକିସ୍ତାନ ଯୁଦ୍ଧରେ ଭାରତ ବିଜୟ ଲାଭ କରିବା ସହ ବଙ୍ଗଳାଦେଶ ଗଠନ ନେଇ ସ୍ମୃତି ଉଦ୍ଦେଶ୍ୟରେ ଆସନ୍ତା ଡିସେମ୍ବର ୧୬ ତାରିଖକୁ ଦେଶ ବିଜୟ ଦିବସ ଭାବେ ପାଳନ କରିଥାଏ । ଚଳିତ ଥର ଏହି ବିଜୟର ୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ପ୍ରତ୍ୟେକ ଭାରତୀୟଙ୍କ ମନରେ ଅସ୍ମିତା ଭରିଦେବା ନିମନ୍ତେ ଭାରତୀୟ ସେନା ପକ୍ଷରୁ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳନ ସହ ସ୍ବର୍ଣ୍ଣିମ ବିଜୟ ମଶାଲ ଯାତ୍ରା କରାଯାଉଛି।

ଏହି ଉଦ୍ଦେଶ୍ୟରେ ଗତ ଅକ୍ଟୋବର ୨୦ ତାରିଖରୁ ୭ ନଭେମ୍ବର ମଧ୍ୟରେ ଓଡିଶାରେ ସ୍ବର୍ଣ୍ଣିମ ବିଜୟ ମଶାଲ ଯାତ୍ରା କରାଯାଉଛି ଓ ଏହି ବିଜୟ ମଶାଲ ଆଜି ଆସି ପୁରୀରେ ପହଞ୍ଚିଛି । ପ୍ରାରମ୍ଭରେ ଅତିଥି ମାନେ ପଦ୍ମଶ୍ରୀ ଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ବ୍ଲୁ ଫ୍ଲାଗ ବେଳାଭୂମିରେ ନିର୍ମିତ ବାଲୁକା କଳା  ଦେଖିଥିଲେ। ଦଶଭୂଜା ଗୋଟିପୁଅ ଓ ଓଡିଶୀ ନୃତ୍ୟ ପରିଷଦ ପକ୍ଷରୁ ଗୋଟିପୁଅ ନୃତ୍ୟ ପରିବେଷଣ କରାଯାଇଥିଲା। ଶେଷରେ ଅତିଥିମାନେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହାପରେ ଏହି ମଶାଲକୁ ସାମନ୍ତ ଚନ୍ଦ୍ରଶେଖର ସ୍ବଂୟଶାସିତ ମହାବିଦ୍ୟାଳୟ ପରିସରରେ ସ୍ବାଗତ କରାଯାଇଥଲା । ଅଧ୍ୟକ୍ଷା ଡଃ ସୁଜାତା ମିଶ୍ରଙ୍କ ସମେତ  ଅଧ୍ୟାପକ ଅଧ୍ୟାପିକା ଓ ଅଧିକାରୀ ପ୍ରମୁଖ ସାମିଲ ଥିଲେ । ଏଠାରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଆୟିଜନ କରାଯାଇଥିଲା । ଉଭୟ କାର୍ଯ୍ୟକ୍ରମରେ ଏନସିସି, ରେଡକ୍ରସ ଓ ଏନଏସଏସ ସ୍ବେଚ୍ଛାସେବୀ,  ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ,  ଛାତ୍ରଛାତ୍ରୀ ପ୍ରମୁଖ ସାମିଲ ଥିଲେ। 

   Related Posts