ପୁଣି ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା, ଦୁଷ୍କର୍ମ ପରେ ହତ୍ୟା କରିଥିବା ସନ୍ଦେହ
19/06/2018 at 9:24 PM

ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର – ରାଳବ ରାସ୍ତା। ଏହି ରାସ୍ତାର ରୁକୁଣି ଆଶ୍ରମ ପଛପଟ ଜଣେ ମହିଳାଙ୍କ ଗଳିତ ଶବ ଠାବ କରିଥିଲେ ଅଞ୍ଚଳବାସିନ୍ଦା। ଗତ ଦୁଇ ଦିନ ପୂର୍ବେ ମହିଳା ଜଣଙ୍କୁ କେହି ଦୁଷ୍କର୍ମ କରି ବିଲରେ ଫୋପାଡି ଦେଇଥିବା ଅଞ୍ଚଳବାସିନ୍ଦା କହିଛନ୍ତି। ଆଜି ସକାଳୁ ସକାଳୁ ଏହି ଦୃଶ୍ୟ ଦେଖିବା ପରେ ପୁଲିସକୁ ଖବର ଦେଇଥିଲୁ ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳ ବାସିନ୍ଦା। ଆଶ୍ରମ ପଛପଟ କେତେକ ଦୁଷ୍କର୍ମ କରିବା ପରେ ମହିଳାଙ୍କୁ ହତ୍ୟା କରିଥିବା ନେଇ ଅଞ୍ଚଳବାସୀ ସନ୍ଦେହ କରୁଥିବା କହିଛନ୍ତି। ପାରିପାର୍ଶିକ ସ୍ଥିତି ଦେଖିଲେ ଏକର ଅଧିକ ଏଥିରେ ସାମିଲ୍ ହୋଇ ହତ୍ୟା କରିଥିବା ଅଞ୍ଚଳବାସୀ କହିଛନ୍ତି।
Related Posts
ତିନିକୋଶିଆ ଜଙ୍ଗଲରେ ଲାଗିଲା ନିଆଁ, ଦମକଳ ବାହିନୀ ନାକେଦମ୍
27 January 2021