ପୁଣି ପୋଲିସର ଦବଙ୍ଗଗିରି
19/05/2018 at 9:10 PM

କବାଟ ନଖୋଲିବାରୁ ବାରିପଟୁଆ ଘର ଭିତରେ ପଶି ମା, ପୁଅକୁ ପିଟିଲା ପୋଲିସ। ମହିଳା ଜଣକ ଆହତ ହୋଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ବେଳେ କ୍ୟାମେରା ଆଗରେ କିଛି କହି ହେବ ନାହିଁ ବୋଲି କହିଛି ପୋଲିସ। ପୁରୀ ବାସେଳୀ ସାହି ଥାନା ଅନ୍ତର୍ଗତ ମଙ୍ଗଳାଘାଟ ରୋଡ଼ ଖୁରୁଣ୍ତି ମଠ ଲେନର ଜଣେ ମହିଳା ଆଣିଛନ୍ତି ଏଭଳି ସଂଗୀନ ଅଭିଯୋଗ।