Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୫୨ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୫୧୧ ଡିସଚାର୍ଜ
  • ||
  • ବିଧାୟିକାଙ୍କ ଘର ଆଗରେ ବୋମାମାଡ଼, ଦୁଇ ସମର୍ଥକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତକୁ ମିଳିଲା ଆଉ ଏକ ପଦକ, ୫୭ କେଜି କୁସ୍ତିରେ ରବି ଦାହିୟା ଜିତିଲେ ରୌପ୍ୟ ପଦକ
  • ||
  • ଜଗତସିଂହପୁର : ଶୁକ୍ରବାର ଖୋଲିବ ଝଙ୍କଡ ସ୍ଥିତ ମା’ ଶାରଳାଙ୍କ ମନ୍ଦିର, ଖୋଲିବ ଗୋରେଖନାଥଙ୍କ ପୀଠ
  • ||
  • କଟକ : ସ୍କୁଟି ମିଳିଥିଲା ମଧୁସୂଦନ ସେତୁରୁ, ମୃତଦେହ ମିଳିଲା ଯୋବ୍ରା ଆନିକଟରୁ : ମଙ୍ଗଳବାରଠୁ ଥିଲେ ନିଖୋଜ
  • ||
  • ବଡବିଲ : ରାସ୍ତା କଡକୁ ଓଲଟି ହୁତୁହୁତୁ ହୋଇ ଜଳିଗଲା ହାଇୱା
  • ||
  • ଭୁବନେଶ୍ବର : ରାଜ୍ୟ ମାନବାଧିକାର ଆୟୋଗରେ ଅଗ୍ନିକାଣ୍ଡ, ଏସି ସଟ୍ ସର୍କିଟ୍‌ରୁ ନିଆଁ ଲାଗିଥିବା ସୂଚନା
  • ||
  • ରାଉରକେଲା : ବଡଧରଣର ଜିଏସ୍‌ଟି ଠକେଇ, ବନ୍ଧାହେଲା ୮୦ କୋଟି ଟଙ୍କା ଠକିନେଇଥିବା ଠକ
  • ||
  • ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||
  • କଟକ : ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||

ପ୍ରଧାନମନ୍ତ୍ରୀ ଓଲିଙ୍କ ବାଚଳାମି ପୁଣି ବାହାରିଲା: କହିଲେ, ନେପାଳରେ ରହିଛି ପ୍ରକୃତ ଅଯୋଧ୍ୟା, ରାମଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ନିର୍ଦ୍ଦେଶ

9/08/2020 at 3:16 PM

ନୂଆଦିଲ୍ଲୀ ୦୯।୦୮: ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପୁଣି ଥରେ ନେପାଳରେ ପ୍ରକୃତ ଅଯୋଧ୍ୟା ଥିବା କଥା ଦୋହରାଇଛନ୍ତି। ଏପରିକି ସେ ସେଠାରେ ରାମଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହିତ ଏହାକୁ ଭଗବାନ ରାମଙ୍କ ଜନ୍ମସ୍ଥଳୀ ଭାବେ ପ୍ରଚାର କରିବାକୁ ଆଦେଶ ଦେଇଛନ୍ତି। ଓଲି କହିଛନ୍ତି ଆମର ପ୍ରମାଣ ଏହା ସାବ୍ୟସ୍ତ କରୁଛି ଭଗବାନ ରାମଙ୍କ ଜନ୍ମ ନେପାଳର ଅଯୋଧ୍ୟାପୁରୀରେ ହୋଇଥିଲା। ଏହାର ପ୍ରମାଣ ଯୋଗାଡ କରିବାକୁ ସେ ଖୋଦେଇ କରିବାକୁ ମଧ୍ୟ ଆଦେଶ ଦେଇଛନ୍ତି।

ନେପାଳର ପ୍ରମୁଖ ଖବରକାଗଜ ହିମାଳୟନ ଟାଇମ୍ସର ଏକ ଖବର ଅନୁଯାୟୀ ଯେଉଁ ସମୟରେ କରୋନା ଭାଇରସ୍‌ର ପ୍ରକୋପ ବଢିବାରେ ଲାଗିଛି ସେହି ସମୟରେ ପ୍ରଧାନମନ୍ତ୍ରୀ ଓଲି ନିଜ ଦେଶବାସୀଙ୍କ ମନରେ ଏହି ବିଶ୍ଵାସ ଜାଗ୍ରତ କରିବାକୁ ଚାହୁଁଛନ୍ତି ଯେ, ଭଗବାନ ରାମଙ୍କ ଜନ୍ମସ୍ଥାନ ଚିତବନର ମାଦି ନଗର ନିଗମ ଅଞ୍ଚଳ ସ୍ଥିତ ଅଯୋଧ୍ୟାପୁରୀରେ ହୋଇଥିଲା। ଓଲି ମୋଦୀ ନଗର ନିଗମର ଓ୍ଵାର୍ଡ ୯ର ସଭାପତି ଶିବାହାରୀ ସୁବେଦୀ, ମେୟର ଠାକୁର ପ୍ରସାଦ ଧକଲ ଆଦିଙ୍କ ସହ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା କରିଛନ୍ତି।

ସୁବେଦୀଙ୍କ ଅନୁଯାୟୀ ପ୍ରଧାନମନ୍ତ୍ରୀ ପ୍ରତିନିଧିମଣ୍ଡଳଙ୍କୁ କହିଛନ୍ତି ତାଙ୍କୁ ପୂର୍ଣ୍ଣ ବିଶ୍ଵାସ ଯେ ଭଗବାନ ରାମଙ୍କ ଜନ୍ମ ନେପାଳର ଅଯୋଧ୍ୟାପୁରୀରେ ହୋଇଛି, ଭାରତର ଉତ୍ତର ପ୍ରଦେଶ ସ୍ଥିତ ଅଯୋଧ୍ୟାରେ ନୁହେଁ। ଓଲି ସ୍ଥାନୀୟ ଅଧିକାରୀଙ୍କୁ ଅଯୋଧ୍ୟାପୁରୀର ପ୍ରଚାର ପ୍ରସାର କରିବା ଏବଂ ଐତିହାସିକ ସ୍ଥଳୀର ସାକ୍ଷ୍ୟ ପ୍ରମାଣ ଏକତ୍ର କରିବାକୁ କହିଛନ୍ତି।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପ୍ରମାଣ ଯୋଗାଡ କରିବାକୁ ଅଯୋଧ୍ୟାପୁରୀର ଆଖପାଖ ଅଞ୍ଚଳରେ ଖୁଦେଇ କରିବାକୁ କହିଛନ୍ତି। ସରକାର ଅଯୋଧ୍ୟାପୁରୀର ଐତିହାସିକ ଓ ଧାର୍ମିକ ସ୍ଥାନର ବିକାଶ ପାଇଁ ଜମି ଦେବେ ବୋଲି ଓଲି କହିଛନ୍ତି।

   Related Posts