ପୁଞ୍ଜିଲାଲ ବିରୋଧରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ନୂଆ ପ୍ରମାଣ
21/05/2018 at 10:33 AM

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ବିରୋଧରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ନୂଆ ପ୍ରମାଣ । ପାଟଣାଗଡରୁ ଟ୍ରେନରେ ରାୟପୁର ଯିବା ବେଳେ ପୁଞ୍ଜିଲାଲଙ୍କୁ କିଛି ଲୋକ ଦେଖିଛନ୍ତି । ସେମାନେ ନିଜ ଆଡୁ ଆସି ଏନେଇ କ୍ରାଇମବ୍ରାଞ୍ଚକୁ ସୂଚନା ଦେଇଛନ୍ତି । ଏଥି ସହ ରେଲୱେର ଗାଡି ଷ୍ଟାଣ୍ଡରେ ପୁଞ୍ଜିଲାଲ ଗାଡି ରଖିବା ବେଳେର ସିସିଟିଭି ଫୁଟେଜ ମଧ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । କୋର୍ଟରେ ତଥ୍ୟ ପ୍ରମାଣ ଦାଖଲ ପାଇଁ କ୍ରାଇମବ୍ରାଞ୍ଚ ପ୍ରସ୍ତୁତ ବୋଲି କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । ଭଇଁସା ଜ୍ୟୋତିବିକାଶ କଲେଜ ଅଧ୍ୟକ୍ଷ ପଦକୁ ନେଇ ପୁଞ୍ଜିଲାଲଙ୍କର ସୌମ୍ୟ ଶେଖର ସାହୁଙ୍କ ମାଙ୍କ ସହ ତିକ୍ତତା ଥିଲା । ଏହାକୁ କେନ୍ଦ୍ର କରି ହତ୍ୟା ଷଡଯନ୍ତ୍ର ରଚିଥିଲେ ବୋଲି ପୁଞ୍ଜିଲାଲ କ୍ରାଇମବ୍ରାଞ୍ଚ ଆଗରେ ମାନିଛି । କ୍ରାଇମବ୍ରାଞ୍ଚ ଦୁଇ ପର୍ଯ୍ୟାୟରେ ୧୧ଦିନ ରିମାଣ୍ଡରେ ନେଇ ତାଙ୍କୁ ଜେରା କରିଥିଲା । ଏବେ ବିଚାର ବିଭାଗୀୟ ହାଜତରେ ଅଛି ପୁଞ୍ଜିଲାଲ ।