ପୁଞ୍ଜିଲାଲଙ୍କ ୬ ଦିନିଆ ରିମାଣ୍ଡ୍ କଷ୍ଟଡି ଶେଷ, ପୁଣି ୮ଦିନ ରିମାଣ୍ଡ ପାଇଁ ଆବେଦନ କରିବ କ୍ରାଇମବ୍ରଞ୍ଚ
1/05/2018 at 4:45 PM

ପାଟଣାଗଡ ଗିଫ୍ଟ ବୋମାର ମାଷ୍ଟରମାଇଣ୍ଡ ପୁଞିଲାଲର ଆଜି ସରୁଛି ୬ ଦିନଆ ରିମାଣ୍ଡ ଅବଧି। ଆସନ୍ତା କାଲି ପାଟଣାଗଡ ଏସଡିଜେଏମ କୋର୍ଟରେ ହାଜର କରି ପୁଣି ପୁଞିଲାଲକୁ ଆଠ ଦିନିଆ ରିମାଣ୍ଡରେ ନେବାକୁ ଯୋଜନା କରୁଛି କ୍ରାଇମବ୍ରାଞ୍ଚ। ଏହି ରିମାଣ୍ଡ ଅବଧି ସମୟରେ ପୁଞିଲାଲକୁ ପାଟଣାଗଡରୁ ରାୟପୁର, ଏମିତି ପୁଞିଲାଲର ଲିଙ୍କ୍ ଥିବା ପ୍ରତ୍ୟେକ ଜାଗାକୁ ସଂଗରେ ନେଇ ବୁଲାଇବ କ୍ରାଇମବ୍ରାଞ୍ଚ। ପୁଞିଲାଲ ବିରୋଧରେ ଠୋସ ପ୍ରମାଣ ଯୋଗାଡ ସହ କିପରି ପୁଞିଲାଲକୁ କଠୋର ଦଣ୍ଡ ମିଳିବ ସେନେଇ ରାତି ଦିନ ଏକ କରିଦେଇଛି କ୍ରାଇମବ୍ରାଞ୍ଚ। ତେବେ କେତେ ସକ୍ଷମ ହେବ କ୍ରାଇମବ୍ରାଞ୍ଚ ଟିମ୍ ପାଟଣାଗଡ ଗିଫ୍ଟବୋମାର ମାଷ୍ଟର ମାଇଣ୍ଡକୁ କଠୋର ଦଣ୍ଡ ଦେବାରେ ?
Related Posts
ନିଆଁ ଲାଗି ଜଳିଗଲା ଏକର ଏକର ଜଙ୍ଗଲ
7 March 2021
ବୁଲାଣିରେ ଓଲଟିଲା ପିକ୍ଅପ୍ ଭ୍ୟାନ୍, ଜଣେ ଗୁରୁତର
7 March 2021