ପୁଅର ଠେଙ୍ଗା ମାଡରେ ବାପର ମୃତ୍ୟୁ
16/06/2018 at 9:57 AM

ପୁଅର ଠେଙ୍ଗା ମାଡରେ ବାପର ମୃତ୍ୟୁ । କେନ୍ଦୁଝର ସଦର ଥାନା ଅନ୍ତର୍ଗତ ସାପକଣ୍ଟା ଗାଁରେ ଅଭାବନୀୟ ଘଟଣା । ପୁଅ ଦାସ ମୁଣ୍ଡା ଇନ୍ଦ୍ରଭବନ ଅପେରା ପାର୍ଟିରେ କାମ କରେ । ରଜ ଛୁଟିରେ ସେ ଘରକୁ ଆସିଥିବା ବେଳେ ଗତକାଲି ଅପରାହ୍ନରେ ବାପା ବୀର ମୁଣ୍ଡା କୌଣସି କାରଣ ନଥାଇ ପୁଅକୁ ଗାଳି ଗୁଲଜ କରିଥିଲେ । ଏପରିକି ମାରିବାକୁ ଗୋଡାଇଥିଲେ । ଏଥିରେ ଉତକ୍ଷୀପ୍ତ ହୋଇ ପ୍ରଥମେ ବାପାକୁ ଏକ ଧକ୍କା ମାରିବା ପରେ ଠେଙ୍ଗାରେ ଗୋଟିଏ ପାହାର ପକାଇଥିଲା ପୁଅ । ଗୁରୁତର ଅବସ୍ଥାରେ ବାପା ବୀର ମୁଣ୍ଡାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରକାନାରେ ବାପାର ମୃତ୍ୟୁ ହୋଇଛି । ପୁଅ ଦାସ ମୁଣ୍ଡାକୁ ପୋଲିସ ଅଟକ ରଖି ତଦନ୍ତ କରୁଛି ।
Related Posts
ଝାରସୁଗୁଡା: ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
24 January 2021