ପୁଅର ଖଣ୍ଡା ଚୋଟରେ ବାପାର ମୃତ୍ୟୁ
21/05/2018 at 5:33 AM

ମୟୂରଭଞ୍ଜ ଜିଲ୍ଲା ଖୁଂଟା ଥାନା ଛୁରୁଣୀ ଗାଁରେ ଅଭାବନୀୟ । ପୁଅର ଖଣ୍ଡା ଚୋଟରେ ବାପାର ମୃତ୍ୟୁ ହୋଇଛି । ଛୁରୁଣୀ ଗାଁର ରାଜେନ୍ଦ୍ର ସିଂ ଗତ ରାତିରେ କୌଣସି କାରଣକୁ ନେଇ ତାଙ୍କ ବାପା ନିରନ ସିଂଙ୍କୁ ଏକ ଖଣ୍ଡାରେ ଆକ୍ରମଣ କରିଥଲେ । ବେକରେ ଗଭୀର ଆଘାତ ଲାଗିଥିବା ବେଳେ ନିରନଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖୁଂଟା ପୋଲିସ୍ ପିତୃହନ୍ତା ରାଜେନ୍ଦ୍ରକୁ ଗିରଫ କରିଛି । ପାରିବାରିକ କଳହକୁ କେନ୍ଦ୍ର କରି ଏପରି ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।
Related Posts
ରୋଷେଇ ସମୟରେ ଅଘଟଣ : ଦେହରେ ନିଆଁ ଲାଗି ଗର୍ଭବତୀ ମହିଳା ଗୁରୁତର
26 February 2021
ଜଙ୍ଗଲରେ ଲାଗିଛି ନିଆଁ, ନିଦରେ ଶୋଇଛନ୍ତି ବନାଞ୍ଚଳ ଅଧିକାରୀ
26 February 2021