Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ପିତୃ ଋଣ ସୁଝିବାକୁ ଗୋତି ଖଟୁଥିବା ହରିଆ ମୁଣ୍ଡା ଉଦ୍ଧାର, ହେଲେ ଏ ଯାଏଁ ମିଳିଲାନି କ୍ଷତିପୂରଣ, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାପାଳଙ୍କୁ NHRCଙ୍କ ନୋଟିସ୍

20/07/2021 at 10:22 PM

କେନ୍ଦ୍ରାପଡା ୨୦।୦୭: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅନ୍ତର୍ଗତ ଦଳେଇପାଟ ଗହୀର ମଝିରେ ପିତୃଋଣ ସୁଝିବାକୁ ଗୋତି ଖଟୁଥିବା ୯ ବର୍ଷର ଆଦିବାସୀ ବାଳକ ଘୁଷୁରି ଚରାଇ ଭୟ ଓ ନିର୍ଯ୍ୟାତନା ଭିତରେ ଦିନ  କାଟୁଥିବା ଖବର ଗତ ୨୦୨୦ ମେ ମାସରେ ଚହଳ ପକାଇଥିଲା। ଶିଶୁ ଶ୍ରମିକ ବିଶେଷ କରି ଶିଶୁ ଗୋତି ଶ୍ରମିକ ଏକ ଘୃଣ୍ୟ ପ୍ରଥା ହୋଇଥିଲେ ମଧ୍ୟ ଗରୀବ ଆଦିବାସୀ ବାଳକ ହରିଆ ମୁଣ୍ଡା ଏହି ଘୃଣ୍ୟ ପ୍ରଥାର ଶିକାର ହେବା ଖବରକୁ ଭିତ୍ତି କରି ଭବାନୀପାଟଣାର ମାନବାଧିକାର କର୍ମୀ ଦିଲ୍ଲୀପ କୁମାର ଦାସ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ।

କମିଶନ ଏହି ଅଭିଯୋଗ ଉପରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ୨୦୨୦ ମେ ୧୫ ଓ ନଭେମ୍ବର ୪ରେ ଦୁଇ ଥର ରିପୋର୍ଟ ତଲବ କରିଥିଲେ ମଧ୍ୟ କେନ୍ଦ୍ରାପଡା ଜିଲ୍ଲାପାଳ ଏହାକୁ ଅଣଦେଖା କରି କୌଣସି ରିପୋର୍ଟ ଦାଖଲ କରିନଥିଲେ। ଶେଷରେ ଜାତୀୟ ମାନବାଧିକାର କମିଶନ ୨୦୨୧ ଏପ୍ରିଲ ୨୪ରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନାମରେ ସମନ ଜାରି କରିଥିଲେ। ଏହା ପରେ ଜିଲ୍ଲାପାଳ ୨୦୨୧ ଜୁନ ୨୫ରେ ରିପୋର୍ଟ ଦାଖଲ କରି ଆୟୋଗଙ୍କୁ ଅବଗତ କରାଇଥିଲେ ଯେ, ମହାକାଳପଡା ଥାନାରେ କେସ୍ ରୁଜୁ କରାଯାଇ ଚଳିତ ବର୍ଷ ଜୁନ ୧୮ରେ ହରିଆ ମୁଣ୍ଡାଙ୍କୁ ଉଦ୍ଧାର କରି ତାର ନିଜସ୍ଵ ଜିଲ୍ଲା ଯାଜପୁରର ଶିଶୁ କଲ୍ୟାଣ କମିଟିକୁ ହସ୍ତାନ୍ତର କରାଯାଇଛି। ଅନ୍ୟପଟେ ଅଭିଯୁକ୍ତ ମହାଜନ ରାଜୁ ଗେଡି ଓ  ଭ୍ରମର ପାତ୍ର କୋର୍ଟରେ ଆତ୍ମ ସମର୍ପଣ କରିବା ପରେ ଜାମିନ ପ୍ରଦାନ କରାଯାଇଛି। ମାମଲା ବର୍ତ୍ତମାନ କୋର୍ଟରେ  ବିଚାରଧିନ ରହିଛି। କିନ୍ତୁ ରିପୋର୍ଟରେ ଗୋତି  ଖଟୁଥିବା ବାଳକ ହରିଆ ମୁଣ୍ଡା କିମ୍ବା ତାର ପରିବାରଙ୍କୁ କ୍ଷତିପୂରଣ ବାବଦରେ କୌଣସି ତଥ୍ୟ ଦିଆଯାଇ ନାହିଁ।

ଏହି ଅଧା ତଥ୍ୟ ସମ୍ବଳିତ ରିପୋର୍ଟକୁ ତର୍ଜମା କରି ଜାତୀୟ ମାନବାଧିକାର କମିଶନ କ୍ଷୋଭ ପ୍ରକାଶ କରିବା ସହିତ ବନ୍ଧୁଆ ମୁକ୍ତି ମୋର୍ଚ୍ଚା ବନାମ ଭାରତ ସରକାର କେସରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶନାମା ପାଳନ ହୋଇନଥିବାରୁ ଉଭୟ ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳଦ୍ଵୟଙ୍କୁ ୨୦୨୧ ଜୁଲାଇ ୨୦ର ପୁନର୍ବାର ନୋଟିସ୍ ଜାରି କରି ନିୟମ ଅନୁଯାୟୀ କ୍ଷତିପୂରଣ ବାବଦରେ ତଥ୍ୟ ମାଗିଛନ୍ତି। ଏହି ତଥ୍ୟ ଉଭୟ  ଜିଲ୍ଲାର ଜିଲ୍ଲାପାଳ ଆସନ୍ତା ୪ ସପ୍ତାହ ମଧ୍ୟରେ ଦାଖଲ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଚେତାଇ ଦେଇଛନ୍ତି ଯେ, ଯଦି ୪ ସପ୍ତାହ ମଧ୍ୟରେ ରିପୋର୍ଟ ହସ୍ତଗତ ନହୁଏ ତେବେ ମାନବ ଅଧିକାର ସୁରକ୍ଷା ଆଇନ-୧୯୯୩ର ଧାରା-୧୩ ଅନୁଯାୟୀ କମିଶନ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେବେ।

   Related Posts