Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଚାଲିପାରେ ଏମିତି : ଗୋଟିଏ ଦିନ ଲୋକସଭା, ଗୋଟିଏ ଦିନ ରାଜ୍ୟସଭା

21/08/2020 at 3:40 PM

ନୂଆଦିଲ୍ଲୀ ୨୧।୮: କରୋନା ସଙ୍କଟ ସମୟରେ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । ଏଥର ମୌସୁମୀ ଅଧିବେଶନ କିଛି ଭିନ୍ନ ଧରଣର ହେବ । କୁହାଯାଉଛି ଯେ, ଲୋକସଭା ଏବଂ ରାଜ୍ୟସଭାର କାର୍ଯ୍ୟକାଳ ଆଲର୍ଟମେଣ୍ଟ ଡେ ଆଧାରରେ ହେବ । ଅର୍ଥାତ୍ ଗୋଟିଏ ଦିନ ଲୋକସଭା ଚାଲିବ ଏବଂ ଦ୍ବିତୀୟ ଦିନ ରାଜ୍ୟସଭା ଚାଲିବ ।

ଏକ ହିନ୍ଦୀ ଓ୍ବେବସାଇଟ୍ ର ରିପୋର୍ଟ ଅନୁଯାୟୀ ସଂସଦର ମୌସୁମୀ ଅଧିବେଶନ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ଆରମ୍ଭ ହେବାର ସମ୍ଭାବନା ରହିଛି । ଲୋକସଭା ଏବଂ ରାଜ୍ୟସଭା ଅଧିବେଶନ ଆଲର୍ଟମେଣ୍ଟ ଡେ ଆଧାରରେ କାର୍ଯ୍ୟକାରୀ କରାଯାଇପାରେ, ଅର୍ଥାତ୍ ଗୋଟିଏ ଦିନ ଲୋକସଭା ଏବଂ ତାପର ଦିନ ରାଜ୍ୟସଭା ଚାଲିବ । ଗୋଟିଏ ଦିନରେ ପାର୍ଲାମେଣ୍ଟର ଦୁଇ ଗୃହର ଅଧିବେଶନ ହେବନାହିଁ । କୋଭିଡ୍ ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତା ରକ୍ଷା କରିବା ସହ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଭର୍ଚୁଆଲ ଅଧିବେଶନ ହେବ ନାହିଁ ।

ଲୋକସଭାର ଅଧିବେଶନ ଲୋକସଭା ହଲ୍, ରାଜ୍ୟସଭା ହଲ୍ ଏବଂ ସେଣ୍ଟ୍ରାଲ ହଲ୍ ରେ ଚାଲିବାର ସମ୍ଭାବନା ରହିଛି । ସେହିଭଳି ରାଜ୍ୟସଭା ଅଧିବେଶନ ରାଜ୍ୟସଭା ଏବଂ ଲୋକସଭା ହଲ୍ ଏବଂ ଲବିରେ ଆୟୋଜନ କରାଯିବ । ଏପର୍ଯ୍ୟନ୍ତ ସଦସ୍ୟମାନଙ୍କର ବସିବା ସମ୍ବନ୍ଧରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ । ସବୁ ପ୍ରବେଶ ଏବଂ ପ୍ରସ୍ଥାନରେ ହ୍ୟାଣ୍ଡ ସାନିଟାଇଜର ବ୍ୟବସ୍ଥା ରହିବ । କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଦୁଇ ଗୃହର କାର୍ଯ୍ୟକ୍ରମ  ୪ ସପ୍ତାହ ପର୍ଯ୍ୟନ୍ତ ଚାଲିବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେ, କରୋନା ଭାଇରସ୍ ଯୋଗୁଁ ସଂସଦର ବଜେଟ୍ ଅଧିବେଶନ ସ୍ଥଗିତ କରିଦିଆଯାଇଥିଲା । ଭାରତୀୟ ସମ୍ବିଧାନ ଅନୁଯାୟୀ ସଂସଦର ଅଧିବେଶନ ଶେଷ ଏବଂ ଆଗାମୀ ଅଧିବେଶନର ଆରମ୍ଭ ମଧ୍ୟରେ ୬ମାସରୁ ଅଧିକ ସମୟ ପାର୍ଥକ୍ୟ ରହିପାରିବ ନାହିଁ । ଏଥିପାଇଁ ମୌସୁମୀ ଅଧିବେଶନ ଆରମ୍ଭ କରିବା ପାଇଁ ସେପ୍ଟେମ୍ବର ୨୩ ତାରିଖ ଶେଷ ତାରିଖ ରହିଛି ।

   Related Posts