ପାରାଦୀପ ମଙ୍ଗରାଜ ପୁର ଗ୍ରାମର ପାଇକସାହି ଅଞ୍ଚଳରୁ ସାପଛୁଆ ଉଦ୍ଧାର
29/06/2018 at 10:05 PM

ପାରାଦୀପ ଉପକଣ୍ଠ କୁଜଙ୍ଗ ବ୍ଲକ ଅନ୍ତର୍ଗତ ମଙ୍ଗରାଜ ପୁର ଗ୍ରାମର ପାଇକସାହି ଅଞ୍ଚଳରେ ଆଜି ୭ଟିରୁ ଅଧିକ ସାପ ଛୁଆ ଉଦ୍ଧାର କରାଯାଇଛି। ଏହା ପାଇକସାହିର ସିନ୍ଧୁ ରାଉତଙ୍କ ଘରୁ ଉଦ୍ଧାର କରାଯାଇଛି। ଯେଉଁଥିରୁ ୪ଟି ମରିଯାଇଥିବା ବେଳେ ଆଉ ୩ଟି ଛୁଆ ଜୀବିତ ଅଛନ୍ତି।। କିନ୍ତୁ ଏହି ସାପ ଛୁଆମାନେ କେଉଁ ପ୍ରଜାତିର ତାହା ଜଣାପଡ଼ି ନାହିଁ। ପ୍ରଥମେ ଗୋଟିଏ ସାପ ଛୁଆ ବାହାରି ପଦାରେ ବୁଲୁ ଥିବା ବେଳେ ତାକୁ ଘର ଲୋକେ ବାଡ଼େଇ ମାରି ଦେଇଥିଲେ। ପରେ ପରେ ସେହି ପରି ଆହୁରି ୨ଟି ଛୋଟ ସାପ ଛୁଆ ବାହାରି ଥିଲେ। ତେବେ ଏହି ଅଞ୍ଚଳରେ ସ୍ନେକ ହେଲ୍ପଲାଇନ ନଥିବାରୁ ଲୋକେ ସଚେତନ ହୋଇ ପାରୁନାହାନ୍ତି। ଏନେଇ ସ୍ଥାନୀୟ ବନବିଭାଗ କର୍ମଚାରୀ ମାନଙ୍କୁ ଜଣାଇଲେ ମଧ୍ୟ ସେମାନେ କିଛି ସହାୟତା ଯୋଗାଇ ପାରୁନାହାଁନ୍ତି। ଏପରି ସ୍ଥଳେ ସାପ ଛୁଆଙ୍କୁ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ତୁରନ୍ତ ଏହାର ପ୍ରତିକାର କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।