Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ପାଣି ସହ ଖେଳ ହେଉଛି କାଳ : Big Story Follow Up (03.08.2018)

4/08/2018 at 12:55 AM

ସମ୍ବଲପୁର ସହର ନିକଟସ୍ଥ ଚାଉଁପୁର ମୁଣ୍ଡୋଘାଟ ଗାଁ ନିକଟରେ ଥିବା ପାୱାର ଚ୍ୟାନେଲ୍ରେ ଗାଧୋଉଥିବା ବେଳେ, ଦୁଇଜଣ ଦଶମଶ୍ରେଣୀ ଛାତ୍ରଙ୍କ ଅକାଳ ବିୟୋଗ ଘଟିଛି। ଆଜି ସକାଳେ, ଏକ ଘରୋଇ କୋଚିଂରେ ପାଠ ପଢିସାରିବା ପରେ, ଘରକୁ ଫେରିବା ପରିବର୍ତ୍ତେ, ୮ଜଣ ଛାତ୍ର ସାଙ୍ଗ ହୋଇ ପାୱାର ଚ୍ୟାନେଲ୍ ନିକଟକୁ ଯାଇଥିଲେ। ସେଠାରେ ସେମାନେ କୂଳରେ କିଛି ସମୟ ବସି ଗପସପ କରିବା ପରେ, ତିନିଜଣ ଛାତ୍ର ପାଣିକୁ ଗାଧୋଇବା ପାଇଁ ଓହ୍ଲାଇଥିଲେ। କୁଲୁଥକାନୀର ଜଣେ ଦଶମଶ୍ରେଣୀ ଛାତ୍ର,ସୁମନ ଦାସ୍ ପ୍ରଥମେ ପାଣିରେ ପଶିବା ପରେ, କିଛି ଦୂରକୁ ପହଁରି ଯାଇଥିଲେ। ହେଲେ ହଠାତ୍ ସେ ଉଦ୍ଧାର କରିବାକୁ ଚିତ୍କାର କରିଥିଲେ। କୂଳ ନିକଟରେ ଗାଧୋଉଥିବା ବଡବଜାର ଅଞ୍ଚଳର ସମିତ୍ ଦଳେଇ, ସୁମନଙ୍କୁ ଉଦ୍ଧାର କରିବାକୁ, ତା ନିକଟରେ ପହଁରି ପହଁରି ଯାଇଥିଲେ। ହେଲେ ସେତେବେଳକୁ ଅଧା ବୁଡିସାରିଥିବା ସୁମନ୍, ସମିତ୍ଙ୍କୁ ଜାବୁଡି ଧରିବା ଫଳରେ, ଉଭୟେ ସେହି ସ୍ଥାନରେ ବୁଡି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଅନ୍ୟଜଣେ ଛାତ୍ର ସିଦ୍ଧାର୍ଥ, ପହଁରି ପହଁରି କୂଳକୁ ଫେରିଥିଲେ ମଧ୍ୟ, ତାର ଚେତା ବୁଡି ଯାଇଥିଲା। ଏହା ଦେଖି ଅନ୍ୟଛାତ୍ର ମାନେ, ପାଟିତୁଣ୍ଡ କରିବାରୁ, ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ, ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣ ଛାତ୍ରଙ୍କୁ ପାଣିରୁ ଉଦ୍ଧାର କରି, ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ସେତେବେଳକୁ ଉଭୟଙ୍କ ମୃତ୍ୟୁ ହୋଇସାରିଥିବା ଡାକ୍ତର କହିଥିଲେ

   Related Posts