Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ପାକିସ୍ତାନରେ ନିର୍ବାଚନ

25/07/2018 at 3:09 PM

ପାକିସ୍ତାନରେ ମତଦାନ ଜାରି । ସକାଳ ୮ ଟାରୁ ୮୫ ହଜାର ବୁଥ୍‌ରେ ମତଦାନ ଆରମ୍ଭ ହୋଇଛି । ସଂଧ୍ୟା ୬ ଟା ପର୍ଯ୍ୟନ୍ତ ବୋଟିଂ ଜାରି ରହିବ । ଆଜିର ମତଦାନରେ ଅଧିକରୁ ଅଧିକ ମହିଳା ଭୋଟ ଦେବାକୁ ଆହ୍ୱାନ କରିଛନ୍ତି ମଲାଲା ୟୁସୁଫ୍ ।୧୯୭୦ ପରେ ପାକିସ୍ତାନର ଏହା ଏକାଦଶ ସାଧାରଣ ନିର୍ବାଚନ । ୩୪୨ ଆସନ ବିଶିଷ୍ଟ ଜାତୀୟ ଆସେମ୍ବ୍ଲିର ୨୭୨ ଆସନ ଲାଗି ଆଜି ମତଦାନ ହେଉଛି । ଏଥିପାଇଁ ୩ ହଜାର ୪ ଶହ ୫୯ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଅବଶିଷ୍ଟ ୭୦ ଆସନ ପାଇଁ ନିର୍ବଚନ ପରେ ବିଭିନ୍ନ ଦଳର ଅନୁପାତ ଭିତ୍ତିରେ ମହିଳା, ଧାର୍ମିକ ସଂଖ୍ୟାଲଘୁ ପ୍ରାର୍ଥୀ ମନୋନୀତ ହେବେ । ତେବେ ଜାତୀୟ ଆସେମ୍ବ୍ଲିରେ ସଂଖ୍ୟା ଗରିଷ୍ଠତା ଲାଗି ୧୩୭ ଆସନ ଜିତିବା ଦରକାର । ସେପଟେ ଜାତୀୟ ପରିଷଦ ସହ ୪ ପ୍ରଦେଶ ସିନ୍ଧ୍, ବୋଲୋଚିସ୍ତାନ, ପଞ୍ଜାବ ଏବଂ ଖାଇବର ପଖତୁନଖୱା ର ବିଧାନ ପରିଷଦ ଲାଗି ନିର୍ବାଚନ ହେଉଛି । ୪ ପ୍ରାଦେଶିକ ଆସେମ୍ବ୍ଲିର ମୋଟ ୫୭୭ ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି ୮ ହଜାର ୩ଶହ ୯୬ ପ୍ରାର୍ଥୀ । ଏହି ନିର୍ବାଚନରେ ମୁଖ୍ୟତଃ ତ୍ରିମୂଖୀ ଲଢେଇ ହେଉଛି । ବେଶ୍ ଜୋରଦାର ପ୍ରଚାର ଏବଂ ହିଂସା ରକ୍ତପାତ ପରେ ଆଜିର ଭୋଟ ଉପରେ ସମସ୍ତଙ୍କ ନଜର । ସେନାର ଭୂମିକା ବି ଦୃଷ୍ଟିରେ ରହିଛି । କାରଣ ଏଥର ନିର୍ବାଚନ ପ୍ରଚାର ବେଳେ ବିଭିନ୍ନ ଦଳର କର୍ମୀଙ୍କ ମଧ୍ୟରେ ସଂଘର୍ଷ ସାଙ୍ଗକୁ ଜୁଲାଇ ୧୩ ରେ ଆଇଏସ୍‌ର ହିଂସାରେ ୧୫୦ ଜଣଙ୍କ ମୃତ୍ୟୁ ପାକିସ୍ତାନକୁ ଥରାଇଥିଲା । ତଥାପି ପ୍ରଚାର ଥମିନଥିଲା । ସବୁ ଦଳଙ୍କ ଟାର୍ଗେଟ୍ ଥିଲା ଭାରତ । ତେବେ ପ୍ରାକ୍ ଜନମତ ସର୍ଭେରୁ କ୍ରିକେଟରରୁ ରାଜନେତା ପାଲଟିଥିବା ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ ଇ ଇନସାଫ୍ ଆଗରେ ଥିବା ବେଳେ , ଅଳ୍ପ କିଛି ପଛରେ ରହିଛି ନୱାଜ ସରିଫ୍‌ଙ୍କ ପାକିସ୍ତାନ ମୁସଲିମ୍ ଲିଗ ନୱାଜ । ଏହି ଦୁଇ ଦଳଠୁ ଢେର ପଛରେ ରହିପାରେ ବିଲୱା ଭୁଟ୍ଟୋ ଜର୍ଦ୍ଦାରି ନେତୃତ୍ୱାଧିନ ପାକିସ୍ତାନ ପିପୁଲ୍ସ ପାର୍ଟି ।

   Related Posts