Sunday, September 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାକିସ୍ତାନକୁ ପୁଣି ବଡ ଝଟକା- କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ମନାକଲା ଜାତିସଂଘ

ଜିନିଭା- ପାକିସ୍ତାନକୁ ପୁଣି ବଡ ଝଟକା ଲାଗିଛି । କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାପାଇଁ ଜାତିସଂଘ ମନା କରିଦେଇଛି ।
ପାକିସ୍ତାନକୁ ଜାତିଂସଘ ଆଡୁ ପୁଣି ଝଟକା। କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ମନା କଲା ଜାତିସଂଘ। ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଜାତିସଂଘ ମହାସଚବି ଅଣ୍ଟୋନିଓ ଗୁଟ୍ଟରେସଙ୍କ ଅନୁରୋଧ କରିଥିଲେ ଜାତିସଂଘରେ ପାକିସ୍ତାନ ପ୍ରତିନିଧି ମଲିହା ଲୋଧି।

ଏହି ପ୍ରସଙ୍ଗରେ ଗୁଟ୍ଟେରେସଙ୍କ ମୁଖପାତ୍ର ଷ୍ଟିଫେନ ଦୁଜାରେକ କହିଛନ୍ତି ଦୁଇ ଦେଶ କୌଣସି ପ୍ରକାର ଆକ୍ରମଣାତ୍ମକ ଆଚରଣରୁ ଦୂରେଇ ରୁହନ୍ତୁ। ଆପୋସ ଆଲୋଚନା ମାଧ୍ୟମରେ ଦୁଇ ଦେଶ ବିବାଦୀୟ ପ୍ରସଙ୍ଗର ସମାଧାନର ବାଟ କାଢନ୍ତୁ ।


ସବୁ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ପାକିସ୍ତାନ କାଶ୍ମୀର ପ୍ରସଙ୍ଗ ଉଠାଉଛି। ହେଲେ ସବୁ ଥର ପାକିସ୍ତାନକୁ ନିରାଶ ହେବାକୁ ପଡୁଛି.। କାଶ୍ମୀର ପ୍ରସଙ୍ଗରେ ଜାତିସଂଘ ମହାସଚିବଙ୍କ କହିବା ମଧ୍ୟସ୍ଥତା କରିବାକୁ ମନା କରିଛନ୍ତି। ଯଦି ଭାରତ ମଧ୍ୟସ୍ଥତା ପାଇଁ ଆବେଦନ କରେ ତେବେ ବିଚାର କରାଯିବ ବୋଲି କହିଛନ୍ତି।

298 Views

   ସମ୍ବନ୍ଧିତ ଖବର