ପାଇପ୍ ରେ ଶ୍ରମିକ ଫଶିବା ଘଟଣାର ହେବ ତଦନ୍ତ । ସିଏମ୍ ସି ସିଟି ଇଞ୍ଜିନିୟର ଘଟଣାର ତଦନ୍ତ କରିବେ । ଏ ନେଇ ସିଏମ୍ ସି କମିଶନର ବିକାଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଗତକାଲି କଟକ ଚହଟା ପମ୍ପ ହାଉସରେ ପାଣି ଚାମ୍ବରରେ ଅଳିଆ ସଫା ବେଳେ ଫଶି ଯାଇଥିଲେ ଶ୍ରମିକ ପ୍ରାଣକୃଷ୍ଣ ମୁଦୁଲି । ହଠାତ୍ ପମ୍ପରୁ ଖୁବ ଜୋରରେ ପାଣି ଚାଲିଲା । ପାଇପର ୩୦ଫୁଟ ଭିତରକୁ ପଶିଯିବା ପରେ ପ୍ରାଣକୃଷ୍ଣ ଅଟକି ଯାଇଥିଲେ । ତେବେ ଦୀର୍ଘ ୭ ଘଣ୍ଟାର ଅପରେସନ ପରେ ପ୍ରାଣକୃଷ୍ଣଙ୍କୁ ଉଦ୍ଧାର କରିଥିଲେ ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ । .

LEAVE A REPLY

Please enter your comment!
Please enter your name here