Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ପଳାତକ ବାବା ନିତ୍ୟାନନ୍ଦଙ୍କ ଦାବି-ମୁଁ ଭାରତ ମାଟିରେ ପାଦ ଦେଲେ ଭାରତରୁ ଶେଷ ହେବ କରୋନା

9/06/2021 at 2:34 PM

ନୂଆଦିଲ୍ଲୀ ୦୯/୦୬ : ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ଦ୍ୱିତୀୟ ଲହର ବହୁତ ଘାତକ ପ୍ରମାଣିତ ହୋଇଛି । କିନ୍ତୁ ଗତ କିଛି ଦିନ ହେଲା ସଂକ୍ରମଣ ହାର କମିବାରେ ଲାଗିଛି । ଇତି ମଧ୍ୟରେ ସ୍ୱଘୋଷିତ ସନ୍ଥ ବାବା ନିତ୍ୟାନନ୍ଦଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ସେ କହିଛନ୍ତି, ଭାରତରେ କରୋନା ସେହିଦିନ ଶେଷ ହେବ ଯେଉଁଦିନ ସେ ଭାରତ ମାଟିରେ ପାଦ ରଖିବେ ।

କିଛି ଦିନ ପୂର୍ବରୁ ଜାରି ହୋଇଥିବା ଏକ ଭିଡିଓରେ ନିତ୍ୟାନନ୍ଦଙ୍କ ଜଣେ ଶିଷ୍ୟ ପ୍ରଶ୍ନ କରିଛନ୍ତି ଯେ ଭାରତରୁ କରୋନା କେବେ ଶେଷ ହେବ । ଜବାବରେ ନିତ୍ୟାନନ୍ଦ କହିଛନ୍ତି ‘ଅମ୍ମାନ’ ତାଙ୍କ ଆଧ୍ୟାତ୍ମିକ ଶରୀରରେ ପ୍ରବେଶ କରିସାରିଛନ୍ତି । ସେ ଯେବେ ଭାରତ ମାଟିରେ ପାଦ ଦେବେ କରୋନା ସେହିଦିନ ଭାରତରୁ ଶେଷ ହେବ ବୋଲି ସେ କହିଛନ୍ତି । ନିତ୍ୟାନନ୍ଦଙ୍କ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

ନିତ୍ୟାନନ୍ଦ ଏପ୍ରିଲ ୧୯ ତାରିଖରେ ଘୋଷଣା କରିଥିଲେ ଯେ, ଦ୍ୱିତୀୟ ଲହର ଯୋଗୁଁ ଭାରତରୁ ଆସୁଥିବା ଶ୍ରଦ୍ଧାଳୁଙ୍କ କୈଳାସ ଦ୍ବୀପରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହାସହ ବ୍ରାଜିଲ, ୟୁରୋପିୟନ ୟୁନିୟନ, ମାଲେସିଆରୁ ଆସୁଥିବା ଲୋକଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ସ୍ୱଘୋଷିତ ସନ୍ଥ ବାବା ନିତ୍ୟାନନ୍ଦଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ରହିଛି । ୨୦୧୯ ମସିହାରେ ନିତ୍ୟାନନ୍ଦ ଭାରତ ଛାଡି ଫେରାର ହୋଇଯାଇଥିଲେ । ସେ ଦାବି କରିଛନ୍ତି ଯେ ସେ ଏକ ଭର୍ଚୁଆଲ ଆଇଲ୍ୟାଣ୍ଡ ସ୍ଥାପନା କରିଛନ୍ତି । ଏହାକୁ ସେ କୈଳାସ ନାମ ଦେଇଛନ୍ତି । ଦାବି ଅନୁସାରେ ନିତ୍ୟାନନ୍ଦଙ୍କ ଏହି ଆଇଲ୍ୟାଣ୍ଡ ଏକ୍କାଡୋର ତଟ ନିକଟରେ ରହିଛି ।

   Related Posts