Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ପଞ୍ଜାବ ମୋଗାରେ ଯୁଦ୍ଧ ବିମାନ ମିଗ-୨୧ ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ମିଳୁନି ପତ୍ତା

21/05/2021 at 7:50 AM

ଚଣ୍ଡୀଗଡ ୨୧/୫ : ପଞ୍ଜାବ ମୋଗାରେ ଯୁଦ୍ଧ ବିମାନ ମିଗ-୨୧ ଦୁର୍ଘଟଣାଗ୍ରସ୍ତ । ବିଳମ୍ୱିତ ରାତି ପ୍ରାୟ ୧ଟାରେ ଦୁର୍ଘଟଣା ହୋଇଥିବା ସୂଚନା । ତେବେ ଦୁଃଖର କଥା ବିମାନରୁ ପାଇଲଟ ଅଭିନବ ବାହିରଥିଲେ ସୁଦ୍ଧା ତାଙ୍କର ପତ୍ତା ମିଳୁନି । ଭାରତୀୟ ବାୟୁସେନା ଅଧିକାରୀ କହିଛନ୍ତି ଯେ ମୋଗା ସହରର ବାଗପୁରାନା ଗାଁର ଲାଙ୍ଗିଆନା ଖର୍ଡ ନିକଟରେ ଯୁଦ୍ଧ ବିମାନ ମିଗ୍ -୨୧ ବିଳମ୍ୱିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ପ୍ରଶାସନ ଏବଂ ସେନାର ଉଚ୍ଚ ପଦାଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କିନ୍ତୁ ପାଇଲଟ ଅଭିନବଙ୍କର କୌଣସି ଖୋଜ ଖବର ନାହିୁଁ । ତାଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ସୂଚନା ଅନୁଯାୟୀ ଯେ, ଏକ ସମୟରେ ଯୁଦ୍ଧ ବିମାନ ମିଗ୍-୨୧ ବିମାନ ଭାରତୀୟ ବାୟୁସେନାର ମେରୁଦଣ୍ଡ ବୋଲି ବିବେଚନା କରାଯାଉଥିଲା । ବର୍ତ୍ତମାନ ଏହାର ଚାରୋଟି ସ୍କ୍ୱାର୍ଡନ ବାକି ଅଛି ।

ଯତ୍ନ ଏବଂ ନବୀକରଣ କରାଯାଉଛି ସତ, କିନ୍ତୁ ଏହି ବିମାନଗୁଡ଼ିକ ଯୁଦ୍ଧ କିମ୍ବା ଉଡ଼ାଣ ପାଇଁ ଏବେ ଫିଟ୍ ନାହିଁ । ବାଲାକୋଟ ଏୟାରଷ୍ଟ୍ରାଇକ୍ ପରେ, ମିଗ୍-୨୧ ବିମାନ ପାକିସ୍ତାନ ଯୁଦ୍ଧ ବିମାନର ମାଟି ଚଟାଇଦେଇଥିଲା । ତଥାପି, ଲଗାତାର ଦୁର୍ଘଟଣାଗ୍ରସ୍ତ ଯୋଗୁଁ ଅନେକ ପାଇଲଟ ପ୍ରାଣ ହରାଇଲେଣି । ବର୍ତ୍ତମାନ ଏହି ବିମାନଗୁଡ଼ିକୁ ଯଥାଶୀଘ୍ର ହଟାଇବାକୁ ସମୟ ଆସିଛି । ୧୯୬୦ରୁ ବାୟୁସେନା ମିଗ୍ -୨୧ ବିମାନ ବ୍ୟବହାର କରିଆସୁଛି । ବାୟୁସେନା କ୍ରମାଗତ ଭାବରେ କହିଛି ଯେ ଏହି ବିମାନଗୁଡ଼ିକ ପୁରୁଣା ହୋଇଯାଇଥିବାରୁ ଆଉ ଯୁଦ୍ଧ ପାଇଁ ପ୍ରସ୍ତୁତ ନାହିଁ ।

   Related Posts