Thursday, May 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଖାତାଧାରୀ ଏବେ ହୋଇଯାଆନ୍ତୁ ସାବଧାନ! ୬୧ଜଣ ଲୋକଙ୍କ ଆକାଉଣ୍ଟରୁ ଗାୟବ ହେଲା ୧୫ଲକ୍ଷ ଟଙ୍କା, ଠକଙ୍କଠୁ ରକ୍ଷା ପାଇବା ପାଇଁ ଆଡଭାଇଜରି ଜାରି କଲା ବ୍ୟାଙ୍କ

ନୂଆଦିଲ୍ଲୀ ୨୦/୪: ଚିନ୍ତା କରନ୍ତୁ କ’ଣ ହେବ ଯଦି ଆପଣଙ୍କ ଏଟିଏମ୍ କାର୍ଡ଼ ଆପଣଙ୍କ ପାଖରେ ଥିବ କିନ୍ତୁ ଏହା ସତ୍ତ୍ବେ ଆପଣଙ୍କ ଆକାଉଣ୍ଟରୁ କେହି ଲକ୍ଷେ ଟଙ୍କା ଚୋରି କରି ନେଇଯିବ। ଆପଣ ଭାବୁଥିବେ ଆପଣଙ୍କ ଏଟିଏମ ଆପଣଙ୍କ ପାଖରେ ଅଛି ତେଣୁ ବ୍ୟାଙ୍କରେ ଆପଣଙ୍କ ଟଙ୍କା ମଧ୍ୟ ସୁରକ୍ଷିତ ଅଛି । , କିନ୍ତୁ ହ୍ୟାକର ଆପଣଙ୍କ ଆକାଉଣ୍ଟରେ ଥିବା ଟଙ୍କାକୁ ହାତ ନଲଗାଇ ଖାଲି କରିଦେବେ। ଏପରି ଘଟଣା ଘଟିଛି ୬୧ଜଣ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ସହ। ଏହି ସମସ୍ତଙ୍କ ଆକାଉଣ୍ଟରୁ ସମୁଦାୟ ୧୫ଲକ୍ଷ ଟଙ୍କା କେହି ବାହାର କରି ନେଇ ଯାଇଛି।  ଏହା ସେତେବେଳେ ଜଣା ପଡ଼ିଥିଲା ଯେତେବେଳେ ଜଣେ ଆକାଉଣ୍ଟଧାରୀ ଅଭିଯୋଗ କରିଥିଲେ। ବ୍ୟାଙ୍କ ଯାଞ୍ଚ କରିବାରୁ ଜଣା ପଡ଼ିଥିଲା ଯେ କେବଳ ଜଣେ ଆକାଉଣ୍ଟଧାରୀଙ୍କ ସହ ଏହା ଘଟିନାହିଁ ବରଂ ୬୧ଜଣଙ୍କର ଆକାଉଣ୍ଟ ହ୍ୟାକ ହୋଇଛି।

ମିଡିଆ ରିପୋର୍ଟ ଅନୁସାରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୬୧ଜଣ ଆକାଉଣ୍ଟଧାରୀଙ୍କ ଖାତାରୁ ୧୫ଲକ୍ଷ ଟଙ୍କା ଚୋରି ହୋଇଛି। ନୂଆଦିଲ୍ଲୀର ବସନ୍ତ ବିହାର ସ୍ଥିତ ପିଏନବି ବ୍ରାଞ୍ଚ ସହ ଜଡ଼ିତ ବ୍ୟାଙ୍କର ୬୧ଜଣ ଆକାଉଣ୍ଟଧାରୀଙ୍କ ସମୁଦାୟ ୧୫ଲକ୍ଷ ଟଙ୍କା ଅଳ୍ପ ଅଳ୍ପ ବ୍ୟବଧାନରେ ଏଟିଏମରୁ ବାହାର କରାଯାଇଛି। ଏହି ଘଟଣା ଯାଞ୍ଚ କରିବା ପରେ ବ୍ୟାଙ୍କ ଏକ ମାମଲା ରୁଜୁ କରିବା ସହ ନିଜ ଗ୍ରାହକଙ୍କ ପାଇଁ ପରାମର୍ଶ ଜାରି କରିଛି।

ସୂଚନା ଅନୁସାରେ, ପିଏନବିର ଆକାଉଣ୍ଟଧାରୀମାନେ ବ୍ୟାଙ୍କକୁ ସୂଚନା ଦେଇଥିଲେ ଯେ ତାଙ୍କ ଅଜାଣତରେ ତାଙ୍କ ଏଟିଏମରୁ ଟଙ୍କା ଉଠାଯାଇଛି। ଯେତେବେଳେ ଏହି ଅଭିଯୋଗ ବାରମ୍ବାର ଅନ୍ୟ ଆକାଉଣ୍ଟଧାରୀ ମାନେ କରିଥିଲେ ସେତେବେଳେ ଏହାକୁ ନେଇ ଯାଞ୍ଚ ହୋଇଥିଲା। ଏହି ଘଟଣା ସତ୍ୟ ବୋଲି ଜଣା ପଡ଼ିବା ପରେ ପିଏନବି ନିଜ ଗ୍ରାହକଙ୍କ ପାଇଁ ପରାମର୍ଶ ଜାରି କରିଥିଲା। ବ୍ୟାଙ୍କ କେତେକ ସହଜ ଉପାୟ କହିଥିଲା ଯାହା ଦ୍ବାରା ଆପଣ ସହଜରେ ନିଜ ଆକାଉଣ୍ଟକୁ ସୁରକ୍ଷିତ ରଖିପାରିବେ।

ପିଏନବି ନିଜ ଗ୍ରାହକଙ୍କୁ ନିଜ ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ ୩ଟି ଟିପସ୍ ଦେଇଛି। ଏହି ୩ଟି ସହଜ ଟିପସ୍ ଜରିଆରେ ଆକାଉଣ୍ଟଧାରୀମାନେ ନିଜ ଆକାଉଣ୍ଟକୁ ସୁରକ୍ଷିତ ରଖି ପାରିବେ। ଆକାଉଣ୍ଟଧାରୀମାନେ ନିଜ ଫୋନରେ ଅଟୋ ଲକ୍ ଏନାବଲ୍ କରିବେ। ଏହା ସହିତ ନିଜ ସିମ୍ ପାଇଁ ପିନ୍ ବ୍ୟବହାର କରନ୍ତୁ। ଏପରି ସ୍ଥିତିରେ ମୋବାଇଲ୍ ଚୋରି ହେଲେ ମଧ୍ୟ ହ୍ୟାକର ଆପଣଙ୍କ ସିମ୍ ବ୍ୟବହାର କରି ପାରିବେ ନାହିଁ। ନିଜ ମେମୋରି କାର୍ଡ଼ରେ ମଧ୍ୟ ପାସଓ୍ବାର୍ଡ଼ ପକାଇ ରଖନ୍ତୁ। ଏପରି କରିବା ଦ୍ବାରା ଆପଣ ନିଜ ଆକାଉଣ୍ଟକୁ ସୁରକ୍ଷିତ ରଖି ପାରିବେ । ଆପଣଙ୍କୁ ନିଜ ସିଷ୍ଟମରେ ଭଲ କିମ୍ବା ଉନ୍ନତ ଧରଣର ଆଣ୍ଟି ଭାଇରସ୍ ଇନଷ୍ଟଲ୍ କରିବାକୁ ପଡ଼ିବ। କୈାଣସି ନକଲି ସଫ୍ଟଓ୍ବେୟାର ଡାଉନଲୋଡ କରିବେ ନାହିଁ। ଯଦି କାର୍ଡ଼ ହଜିଯାଏ ତେବେ ତୁରନ୍ତ ବ୍ୟାଙ୍କକୁ ଫୋନ୍ କରି କାର୍ଡ଼ ବ୍ଲକ୍ କରନ୍ତୁ।

547 Views

   ସମ୍ବନ୍ଧିତ ଖବର