ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଥିବାବେଳେ ଭିଏଲଡବ୍ଲୁଙ୍କୁ ମାଡ ମାରି ଗାଡି ଲୁଟିନେଲେ ଦୁର୍ବୃତ୍ତ
15/07/2019 at 4:48 PM

ପୁରୁଷୋତ୍ତମପୁର୧୫|୭: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଅରଖପୁର ପଂଚାୟତକୁ ଭଏଲଡବ୍ଲୁ କାଶୀନାଥ ତିଆଡ଼ି ଆଜି ଯାଉଥିବାବେଳେ ତାଙ୍କ ମଟରସାଇକଲ ଲୁଟ ହୋଇଛି । ଲୁଟେରାମାନେ କାଶୀନାଥଙ୍କୁ ନିସ୍ତୁକ ମାଡ ମାରି ଗୁରୁତର ଆହତ ମଧ୍ୟ କରିଛନ୍ତି । ଦି ୧୦ଟା ବେଳେ େହି ଘଟଣା ଘଟିଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

ପଞ୍ଚାୟତକୁ ଯିବା ରାସ୍ତାର ଏକ ପୋଲ ନିକଟରେ ଅନ୍ୟ ଏକ ବାଇକରେ ତିନିଜଣ ଆସି ବିଏଲଡବ୍ଲୁ ଙ୍କ ଗାଡିକୁ ଅଟକାଇଥିଲେ ।ସେ ଅଟକିବା ମାତ୍ରେ ତାଙ୍କୁ ନିସ୍ତୁକ ମାଡ଼ମାରି ସେ ଧରିଥିବା ହଣ୍ଡା ଡ୍ରିମ ଯୁଗ ଗାଡି (ନଂ- 0D07 F-3948) କୁ ଛଡାଇ ନେଇଥିଲେ । ଅରଖ ପୁର ଗାଁ ଲୋକେ ଗୁରୁତର ଅବସ୍ଥାରେ ଭିଏଲଡବ୍ଲୁଙ୍କୁ ପୁରୁଷୋତ୍ତମପୁର ମେଡିକାଲରେ ଭର୍ତ୍ତି କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।