ନ୍ୟାସନାଲ୍ ମେଡିକାଲ କମିଶନ ବିଲିକୁ IMA ର ବିରୋଧ
29/07/2018 at 1:00 AM

ପାର୍ଲାମେଣ୍ଟରେ ଗୃହିତ ହେବାକୁ ଯାଉଥିବା ନେସନାଲ ମେଡିକାଲ କମିଶନ ବିଲିକୁ ବିରୋଧ କରିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ ବା ଆଇଏମଏ। ଏହାକୁ ବିରୋଦ୍ଧ କରି ସାରା ଭାରତରେ ଡାକ୍ତର ମାନେ ଧିକାର ଦିବସ ପାଳନ କରି ପ୍ରିତବାଦ କରିଛିନ୍ତି। ସେହିପରି ଓଡିଶାରେ ଥିବା ଆଇଏମଏ ବ୍ରାଞ୍ଚ ପକ୍ଷରୁ ମଧ୍ୟ ଏହାକୁ ବିରୋଧ କରି ପ୍ରତିବାଦ କରାଯାଇଛି। ଆଇଏମଏ ପକ୍ଷରୁ ଓଡିଶର ୪୧ ଟି ବ୍ରାଞ୍ଚରେ ଏହି ପ୍ରତିବାଦ କରୁଛନ୍ତି ଡାକ୍ତର। ସ୍ଥାନୀୟ ପ୍ରଶାସନକୁ ଦାବୀ ପତ୍ର ପ୍ରଦାନ କରିବା ସହ ରାଜ୍ୟ ଆଇଏମଏ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାର ମେଡିକାଲ କାଉଁସିଲ ଅଫ ଇଣ୍ଡିଆକୁ ଭାଙ୍ଗି ମେଡିକାଲ କମିଶନ ବିଲ ଆଣିବା ପାଇଁ ପ୍ରସ୍ତାବ ରଖିଥିବା କହିଛନ୍ତି ଆଇଏମଏ ଓଡିଶା ସଂପାଦକ। ତେବେ ଏହି ବିଲକୁ ସମ୍ପୂର୍ଣ୍ନ ବିରୋଦ୍ଧ କରାଯିବ ବୋଲି କହିଛି ରାଜ୍ୟ ଆଇଏମଏ।