Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

ନୃଶଂସ ହତ୍ୟା, ଟ୍ରେନ୍ ଲାଟ୍ରିନରେ ପଡ଼ିଛି ମହିଳାଙ୍କ ମୁଣ୍ଡ ବିହୀନ ଶବ

20/06/2018 at 9:34 PM

ବୀଭତ୍ସ ହତ୍ୟା । ଅତି ନୃଶଂସ ଭାବେ ମହିଳାଙ୍କୁ ହତ୍ୟା । ଟ୍ରେନ୍ ଲାଟ୍ରିନରେ ଗଣ୍ଡି, ଟ୍ରାକରେ ପଡ଼ିଛି ମୁଣ୍ଡ । ପୁରୀ-ଗୁଣପୁର ଟ୍ରେନ୍ ପୁରୀ ଷ୍ଟେସନରେ ଲାଗିବା ମାତ୍ରେ ଦେଖିବାକୁ ମିଳିଲା ଏଭଳି ବର୍ବର ହତ୍ୟାକାଣ୍ଡ । ଟ୍ରେନ୍ ଲାଟ୍ରିନରେ ପଡ଼ିଥିଲା ମୁଣ୍ଡବିହୀନ ଶବ । ଆଉ ଡେଲାଙ୍ଗ ଷ୍ଟେସନ୍ ପାଖ ବେରବୋଇ ଫାଟକ ପାଖରେ ପଡ଼ିଥିଲା ମୁଣ୍ଡ ।
ସଙ୍ଗେ ସଙ୍ଗେ ଆରପିଏଫ୍, ଜିଆରପି ଏବଂ ପୁରୀ ଜିଲ୍ଲାର ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ କିଛି ନମୁନା ସଂଗ୍ରହ କରିଛି । ବେସିନରେ ପଡ଼ିଥିବା ରକ୍ତଲଗା ଛୁରୀକୁ ମଧ୍ୟ ଉଦ୍ଧାର କରାଯାଇଛି ।
ମହିଳାଙ୍କ ପରିଚୟ ମିଳିପାରି ନାହିଁ । ତେବେ ତାଙ୍କ ହାତରେ ତେଲୁଗୁରେ ଚିତା କୁଟାଯାଇ କିଛି ଲେଖାଅଛି । ଇନକ୍ୱେଷ୍ଟ ପରେ ସବୁ ଆଙ୍ଗଲକୁ ଏକ୍ସପ୍ଲୋର୍ କରି ପୋଲିସ୍ ତଦନ୍ତ ଚଳାଇଛି । ଡେଲାଙ୍ଗ ବେରବୋଇ ଫାଟକ ନିକଟରେ ପଡ଼ିଥିବା ମୁଣ୍ଡଟି ଏହି ମହିଳାଙ୍କର ବୋଲି ଅନୁମାନ କରାଯାଉଛି ।

   Related Posts