Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ନୂଆ ପିସିବି ମୁଖିଆ ହେବା ପରେ ଧନୀ ହେଲେ ପାକିସ୍ତାନୀ କ୍ରିକେଟର : ବଢିଲା ଦରମା, ଜାଣନ୍ତୁ କାହାର କେତେ ?

14/09/2021 at 2:16 PM

ନୂଆଦିଲ୍ଲୀ୧୪/୦୯: ପାକିସ୍ତାନର ପୂର୍ବତନ ଅଧିନାୟକ ରମିଜ ରାଜାଙ୍କୁ ଗୁରୁ ଦାୟିତ୍ୱ । ଟି-୨୦ ବିଶ୍ବକପ୍‌ ପୂର୍ବରୁ ରମିଜ୍ ରାଜାଙ୍କୁ ଦିଆଯାଇଛି ପିସିବି ମୁଖ୍ୟ ଦାୟିତ୍ୱ । ଆସନ୍ତା ୩ ବର୍ଷ ପାଇଁ ପିସିିବିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ରମିଜ୍ । ତେବେ ଅଧ୍ୟକ୍ଷ ନିଯୁକ୍ତ ହେବାର କିଛି ସମୟ ପରେ ରମିଜ ନେଇଛନ୍ତି ବଡ଼ ନିଷ୍ପତ୍ତି । ଫଳରେ ମାଲାମାଲ ହୋଇଯିବେ ପାକିସ୍ତାନ କ୍ରିକେଟର । ସେମାନଙ୍କର ମାସିକ ଦରମା ବି ବଢିଛି ।

ଏଣିକି ପାକିସ୍ତାନର ଘରୋଇ କ୍ରିକେଟରଙ୍କ ମାସିକ ବେତନ ୧୦୦,୦୦୦ ପର୍ଯ୍ୟନ୍ତ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ରମିଜ୍ । ଗ୍ରୁପ୍ ଡି ଖେଳାଳିମାନେ ଦରମା ବୃଦ୍ଧିରେ ସର୍ବାଧିକ ଲାଭ ପାଇବେ । ଏହାପୂର୍ବରୁ ଏହି ଖେଳାଳିଙ୍କ ମାସିକ ଦରମା ୪୦ ହଜାର ପାକିସ୍ତାନୀ ଟଙ୍କା ଥିଲା । ବର୍ତ୍ତମାନ ସେମାନଙ୍କ ଦରମା ଏକ ଲକ୍ଷ ଟଙ୍କା ବୃଦ୍ଧି କରାଯାଇଛି । ପିସିବି ପକ୍ଷରୁ କୁହାଯାଇଛି ଘରୋଇ କ୍ରିକେଟ ଖେଳୁଥିବା କ୍ରିକେଟରଙ୍କ ବେତନ ବୃଦ୍ଧି କରାଯିବ ।

ଖେଳାଳିଙ୍କ ଦରମା ବୃଦ୍ଧି ପରେ ଏବେ ଫାଷ୍ଟ କ୍ଲାସ୍‌ କ୍ରିକେଟ ଓ ଗ୍ରେଡ ମ୍ୟାଚ୍‌ ଖେଳୁଥିବା ଖେଳାଳି ପ୍ରତ୍ୟେକ ମାସରେ ୧୪୦,୦୦୦ ରୁ ୨୫୦,୦୦୦ ପର୍ଯ୍ୟନ୍ତ ପ୍ରାପ୍ୟ ପାଇପାରିବେ । କେବଳ ସେତିକି ନୁହେଁ ସବୁ ବର୍ଗର ଖେଳାଳିଙ୍କ ପ୍ରାପ୍ୟ ବଢ଼ଇବା ପାଇଁ ପିସିବି ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥାତ୍‌ ଗ୍ରୁପ୍-ଡି ବର୍ଗର ଖେଳାଳିଙ୍କ ଦରମା ୨୫୦ ପ୍ରତିଶତ ବୃଦ୍ଧି ପାଇବ ।

ରମିଜ ରାଜାଙ୍କ ଏଭଳି ନିଷ୍ପତ୍ତିରେ ଖେଳାଳି ମାନେ ଖୁସି ପ୍ରକାଶ କରିବା ସହିତ ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି । ପିସିବି ଅଧ୍ୟକ୍ଷ ହେବା ପରେ ଭାରତ-ପାକିସ୍ତାନ ଦ୍ବିପାକ୍ଷିକ ସିିରିଜ ଉପରେ ମଧ୍ୟ ମତ ରଖିଛନ୍ତି ରମିଜ କହିଛନ୍ତି, ଭାରତ ସହିତ ଦ୍ଵିପାକ୍ଷିକ ସିରିଜ୍ ବର୍ତ୍ତମାନ ସମୟରେ ଅସମ୍ଭବ । ଦ୍ବିପାକ୍ଷିକ ସିରିଜକୁ ନେଇ ବ୍ୟତିବସ୍ତ ନାହୁଁ। କାରଣ ରାଜନୀତି ଯୋଗୁଁ ଖେଳ ଉପରେ ପ୍ରଭାବ ପଡ଼ୁଛି। ସେଥିପାଇଁ ବର୍ତ୍ତମାନ ଧ୍ୟାନ କେବଳ ଦେଶର ଘରୋଇ କ୍ରିକେଟ୍‌ର ବିକାଶ ଦିଗ ଉପରେ ରହିଛି ବୋଲି ସେ କହିଛନ୍ତି।

   Related Posts