ନୂଆପଡା କୋର୍ଟ ପରିସରରୁ ହାର୍ଡକୋର ମାଓବାଦୀ ଚମ୍ପଟ
17/09/2018 at 5:01 PM

ନୂଆପଡା ୧୭/୯ : ନୂଆପଡା କୋର୍ଟ ପରିସରରୁ ଦୁର୍ଦ୍ଦାନ୍ତ ମାଓବାଦୀ ଚମ୍ପଟ ମାରିଚି | ଚମ୍ପଟ ମାରିଥିବା ମାଓବାଦୀ ହେଲା ଛତିଶଗଡ଼ ବିଜାପୁର ଜିଲ୍ଲା କ୍ୟାଡରର ମନୋଜ ମାଡକାମୀ | ମନୋଜ ନାଁରେ ୪ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା | କୋମନା ଥାନା ପାଟପାଣି ଅଂଚଳରୁ ମେ ୩୦ ତାରିଖରେ ମନୋଜକୁ ଗିରଫ କରାଯାଇଥିଲା | ତେବେ ମାଓବାଦୀ ପାଖରେ କେବଳ ଦୁଇ ଜଣ କନେଷ୍ଟବଳ ଥିଲେ | ଏହାର ସୁଜିଗ ନେଇ ମନୋଜ ଫେରାର ହୋଇଯାଇଛି | ଆଜି ପାଖାପାଖି ୧୨ ବେଳେ ମନୋଜକୁ କୋର୍ଟ ଫରୱାର୍ଡ଼ କରାଯାଇଥିଲା | କୋର୍ଟରେ ହାଜର ବେଳେ ତା ପଛରେ ଜଣେ ମହିଳା କନେଷ୍ଟବଳ ଓ ଜଣେ ପୁରୁଷ କନେଷ୍ଟବଳ ଥିଲେ | ତାଙ୍କୁ ଚକମା ଦେଇ ପଛ ପଟ ପାଚେରୀ ଡେଇଁ ସେ ଚମ୍ପଟ ମାରିଥିଲା | ବର୍ତ୍ତମାନ ସୁଦ୍ଧା ପୋଲିସ ତାକୁ ଖୋଜୁଛି କିନ୍ତୁ ଏବେ ଯାଇଁ ତାର କୌଣସି ପତ୍ତା ମିଳିନାହିଁ |
Related Posts
ମୟୁର ଅଣ୍ଡା ନେଉଥିଲେ ଯୁବତୀ, ଡେଇଁକି ଆକ୍ରମଣ କଲା ମୟୁର
28 May 2022