Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ନିର୍ମାଣଧୀନ କୋଠାରୁ ନଗ୍ନ ଅବସ୍ଥାରେ ନାବାଳିକାଙ୍କ ମୃତଦେହ ଉଦ୍ଧାର : ଦୁଷ୍କର୍ମ ପରେ ହତ୍ୟା

31/05/2019 at 4:59 PM

ଗାଜିଆବାଦ କଵିନାଗାର ଥାନା ଅନ୍ତର୍ଗତ ସେକ୍ଟର-୨୩ ଅଂଚଳରେ ଏକ ନିର୍ମାଣଧୀନ କୋଠାର ପଞ୍ଚମ ମହଲାରୁ ଜଣେ ୯ ବର୍ଷ ଶିଶୁର ମୃତଦେହ ଉଲଗ୍ନ ଅବସ୍ଥାରେ ଉଦ୍ଧାର ହୋଇଛି । ମୃତଦେହ ମିଳିବ ପରେ ସ୍ଥାନୀୟ ଅଂଚଳରେ ହଇଚଇ ସୃଷ୍ଟି ହୋଇଥିଲା । ଶିଶୁର ବେକରେ ଚିହ୍ନ ରହିଛି । ଦୁଷ୍କର୍ମ ପରେ ଶିଶୁର ଗଳା ଦବାଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ଶିଶୁର ବାପା ସେହି ନିର୍ମାଣଧୀନ କୋଠାରେ ଶ୍ରମିକ ଭାବେ କାମ କରନ୍ତି ।

ସୂଚନା ଅନୁଯାୟୀ, ନିର୍ମାଣଧୀନ କୋଠାରେ ଛତିଶଗଡ଼ର ଶ୍ରମିକମାନେ କାମ କରନ୍ତି । ଶ୍ରମିକମାନେ ସେହି କୋଠା ପାଖରେ ତମ୍ବୁ ଲଗାଇ ରହୁଛନ୍ତି । ମୃତ ଶିଶୁର ବାପା କହିଛନ୍ତି ଯେ, ତାଙ୍କ ଶିଶୁ ବୁଧବାର ସନ୍ଧ୍ୟା ୫ଟା ରୁ ନିଖୋଜ ଥିଲା । ବହୁତ ଖୋଜାଖୋଜି କରିବା ପରେ ରାତି ପ୍ରାୟ ୯ଟା ବେଳେ ତାର ମୃତଦେହ କୋଠାର ପଞ୍ଚମ ମହଲାରୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର ହୋଇଥିଲା । ଶିଶୁର ଯୌନାଙ୍ଗରୁ ରକ୍ତ ବାହାରୁଥିବା ସ୍ଥାନୀୟଲୋକେ କହିଥିଲେ । ଲୋକେ ଶିଶୁକୁ ସଂଗେସଂଗେ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ନେଇଯାଇଥିଲେ । ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ । ଶିଶୁକୁ ମୃତ ଅବସ୍ଥାରେ ହସ୍ପିଟାଲ ଅଣାଯାଇଥିବା ଡାକ୍ତର କହିଥିଲେ । ସ୍ଥାନୀୟ ପୋଲିସକୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା ।

ଏସପି ଶ୍ଲୋକ କୁମାର କହିଛନ୍ତି ଯେ, ଶିଶୁର ଶବ ବ୍ୟବଚ୍ଛେଦ କରାଯାଇଛି । ଶିଶୁର ତଣ୍ଟି ଚିପି ହତ୍ୟା କରାଯାଇଥିବା ପୋଲିସ କହିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ପୋଲିସ ପୁରା କୋଠାକୁ ତନ୍ନ ତନ୍ନ କରି ଖୋଜିଛି । ପୋଲିସ କିଛି ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇ ପଚରାଉଚୁରା କରୁଛି ।

   Related Posts