Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ନଭେମ୍ବର ୫ରେ ଦେଶବ୍ୟାପୀ ୪ ଘଣ୍ଟା ଚକା ଜାମ୍, କୃଷକ ସଂଗଠନର ନିଷ୍ପତ୍ତି

28/10/2020 at 11:58 AM

ଚଣ୍ଡୀଗଡ ୨୮।୧୦: ଅଲ୍ ଇଣ୍ଡିଆ କିସାନ ସଂଘର୍ଷ କୋଅର୍ଡିନେସନ ସମିତିର ଡାକରାରେ ଦେଶବ୍ୟାପୀ ୫୦ରୁ ଅଧିକ କୃଷକ ସଂଗଠନର ବୈଠ ଜିଲ୍ଲୀ ସ୍ଥିତ ଶ୍ରୀ ରକାବ ଗଞ୍ଜ ସାହବ ଗୁରୁଦ୍ବାରାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ କେନ୍ଦ୍ର ସରକାରଙ୍କ ତରଫରୁ ଲାଗୁ କରାଯାଇଥିବା କୃଷି ବିଲ୍ ଏବଂ ବିଦ୍ୟୁତ ସଂଶୋଧନ ବିଲ୍ ୨୦୨୦କୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି ।

ଏଥିପାଇଁ ଏକ ସମିତି ଗଠନ କରାଯାଇଛି । ଯେଉଁଥିରେ ବି.ଏମ୍. ସିଂହ, ବଲବୀର ସିଂହ, ଗୁରନାମ ସିଂହ, ରାଜୁ ଶୌଟି ଏବଂ ଯୋଗିନ୍ଦ୍ର ଯାଦବଙ୍କୁ ସାମିଲ କରାଯାଇଛି । ଫଳରେ ସବୁ ସଂଗଠନ ସହିତ ତାଳମେଳ ଠିକ୍ ରହିବ । ନଭେମ୍ବର ୫ ତାରିଖରେ ଦିନ ୧୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ଧର୍ମଘଟ ଏବଂ ୨୬-୨୭ ନଭେମ୍ବର ଦିଲ୍ଲୀ ଚାଲୋ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଅଲ୍ ଇଣ୍ଡିଆ କିସାନ ସଂଘର୍ଷ କୋଅର୍ଡିନେସନ ସମିତିର କାର୍ଯ୍ୟକାରୀ ଗ୍ରୁପର ସଦସ୍ୟ ଜଗମୋହନ ସିଂହ ପଟିୟାଲା ଏବଂ ଡ. ଦର୍ଶନ ପାଲ କହିଛନ୍ତି ଯେ, ଦେଶବ୍ୟାପୀ ପ୍ରାୟ ୨୫୦ କୃଷକ ସଂଗଠନ ପୂର୍ବରୁ ହିଁ ଏକଜୁଟ ଥିଲେ ଏବେ ଏହା ୫୦୦କୁ ବୃଦ୍ଧି ପାଇଛି । ଯେଉଁଥିରେ ପ୍ରାୟ ୨୦ ରାଜ୍ୟର କୃଷକ ସାମିଲ ଅଛନ୍ତି ।

ପଞ୍ଜାବ-ହରିୟାଣାରୁ ଆରମ୍ଭ ହୋଇଥିବା ନୂଆ କୃଷି ଆଇନ ବିରୋଧୀ କୃଷକ ଆନ୍ଦୋଳନ ଦେଶବ୍ୟାପୀ କରାଯିବ । ଜଗମୋହନ ସିଂହ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ପଞ୍ଜାବରେ ଜାଣିଶୁଣି ମାଲ ପରିବହନ ଗାଡିଗୁଡିକୁ ଅଟକାଇବାକୁ ନୋଟିସ୍ କରିବା ସହ ପ୍ରସ୍ତାବ ପାସ୍ ହୋଇଛି । ଯେଉଁଥିରେ କେନ୍ଦ୍ରକୁ ଚ୍ୟାଲେଞ୍ଜ ଦିଆଯାଇଛି । ନୋଟିସ୍ ରେ ଏହା କୁହାଯାଇଛି ଯେ, କେନ୍ଦ୍ର ସରକାର ତରବରିଆ ଭାବ ଏଭଳି ନିଷ୍ପତ୍ତି ନେଇଛନ୍ତି । କୌଣସି କାରଣ ବିନା କେନ୍ଦ୍ର ସରକାର କୃଷକ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଚାହୁଁଛନ୍ତି ।

   Related Posts