Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଦ୍ଵିତୀୟ ବିବାହ କରିବାକୁ ମନା କରିବାରୁ ରାକ୍ଷସ ପାଲଟିଲା ସ୍ଵାମୀ, ସ୍ତ୍ରୀ ଓ ଝିଅକୁ ଜାଳି ମାରି ଦେଲା

24/04/2021 at 4:44 PM

ରଫିଗଞ୍ଜ ୨୪।୦୪: ରାକ୍ଷସ ପାଲଟିଲା ସ୍ଵାମୀ। ନିଜ ସ୍ତ୍ରୀ ଏବଂ ଝିଅକୁ ଜାଳି ମାରି ଦେଲା। ଏମିତି ଜଘନ୍ୟ ଘଟଣା ଘଟିଛି ବିହାର ଔରଙ୍ଗାବାଦ ଜିଲ୍ଲା କାସମା ଥାନା ଅନ୍ତର୍ଗତ ଅପକି ଗାଁରେ ଘଟିଛି। ଦ୍ଵିତୀୟ ବିବାହ କରିବାକୁ ମନା କରିବାକୁ କ୍ରୋଧିତ ସ୍ଵାମୀ ସ୍ତ୍ରୀ ଏବଂ ଝିଅକୁ ହତ୍ୟା କରିବାକୁ ପଛାଇ ନାହିଁ। ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ମୃତଶରୀର ପଠାଇ ଦେଇଛି।

ମୃତକ ମହିଳା ନୀଲମ କୁମାରୀଙ୍କ ପରିଜନ କହିଛନ୍ତି ଯେ, ଆଜି ସକାଳେ ଉଭୟ ମା ଏବଂ ଝିଅଙ୍କ ହତ୍ୟା  ହୋଇଥିବା ଖବର ପାଇଥିଲୁ। ତୁରନ୍ତ ଝିଅର ଶାଶୁଘରେ ଯାଇ ଦେଖିଲୁ ଯେ, ନୀଲମ ଏବଂ ତା ସାତ ବର୍ଷୀୟ ଝିଅର ମୃତ ଶରୀର ପଡି ରହିଛି। ପୋଲିସକୁ ଏହାର ସୂଚନା ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିଲା। ଅଭିଯୁକ୍ତ ସ୍ଵାମୀ ଉପୁ ରଜକକୁ ପୋଲିସ ଗିରଫ କରି ଜେରା କରୁଛି।

ନୀଲମଙ୍କ ପରିଜନ ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତ ଉପୁ ରଜକ ଦ୍ଵିତୀୟ ବିବାହ କରିବାକୁ ଚାହୁଁଥିଲା। ନୀଲମ ଏହାର ବିରୋଧ କରୁଥିଲା। ଏହାକୁ ନେଇ ଅଭିଯୁକ୍ତ ନୀଲମକୁ ନିର୍ଯ୍ୟାତନା ଦେଇ ଆସୁଥିଲା। ଏହି କାରଣୁ ସେ ନିଜ ବାପ ଘରକୁ ଚାଲି ଯାଇଥିଲେ।

ଏଥର ମଧ୍ୟ ସେ ବାପଘରେ ଥିଲେ। ତେବେ ଏକ ସପ୍ତାହ ପୂର୍ବେ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ପରେ ନୀଲମ ଶାଶୁ ଘରକୁ ଆସିଥିଲେ। କିନ୍ତୁ ଏଥର ସ୍ଵାମୀ ଉଭୟ ମା ଓ ଝିଅକୁ ଜାଳି ଅତି ନିର୍ମମ  ଭାବେ ହତ୍ୟା କରିଛି। ପୋଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି।

   Related Posts