Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା, ଆକାଉଣ୍ଟକୁ ୯୧୦ କୋଟି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ
  • ||
  • ୫୦୦ ଲୋକଙ୍କୁ ନେଇ ଧୁମଧାମ୍‌ରେ ଚାଲିଥିଲା ବାହାଘର ଭୋଜି, ଚଢଉ କଲେ ତହସିଲଦାର…ଲାଗିଲା ମୋଟା ଅଙ୍କର ଫାଇନ୍
  • ||
  • ୩ ହଜାର ଲିଟର ମଦ ଜବତ, ୬୦ଟି ବସ୍ତାରେ ହେଉଥିଲା ଚାଲାଣ
  • ||
  • ନାଉ କିଆରୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଜଣେ ଗିରଫ
  • ||
  • ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା
  • ||
  • ଚଣ୍ଡିଖୋଲ : ଧଳା ଜହର ରାକେଟ୍‌ର ପର୍ଦ୍ଦାଫାଶ କଲା ସଡକ ଦୁର୍ଘଟଣା, ଜବତ ହେଲା ୯ ଗ୍ରାମ୍ ବ୍ରାଉନସୁଗାର
  • ||
  • ଚଣ୍ଡିଖୋଲ : ଚଳିତ ବର୍ଷ ଫିକା ପଡିଛି ଇଦ୍, ଯାଜପୁରରେ ନିରାଡମ୍ବର ଭାବେ ପାଳିତ ହେଉଛି ଉଦ୍-ଉଲ୍-ଫିତର
  • ||
  • ତେଲକୋଇ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ସ୍ତ୍ରୀ ଗୁରୁତର, ସ୍ବାମୀ ଆହତ
  • ||
  • ନୂଆଦିଲ୍ଲୀ : ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ ବ୍ରହ୍ମପୁରେ ଉନ୍ମୋଚିତ ହେଲା ବିରଳ ରଥ

28/06/2018 at 10:06 PM

ଦେବ ସ୍ନାନ ପୂର୍ଣ୍ଣିମାରେ ଭକ୍ତ ଭାବ ବିହ୍ବଳ ହୋଇପଡିଛନ୍ତି। ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇପଡିଛି ଗାଆଁ ଠାରୁ ସହର ସବୁଠି। ବ୍ରହ୍ମପୁରରେ ମଧ୍ୟ ଏଭଳି ମାହୋଲ୍ ଦେଖିବାକୁ ମିଳିଛି। ହେଲେ ଟିକେ ଭିନ୍ନ ଧରଣର। ଆଜିର ପବିତ୍ର ଦିବସ ଅବସରରେ ସହରର ଶ୍ରୀରାମନଗର ମୁଖ୍ୟ ରାସ୍ତା ପରିସରରେ ଯୁଦ୍ରତମ ରଥ ଉନ୍ମୋଚିତ ହୋଇଛି। ୪୫ଟି ଖାଦ୍ୟ ପଦାର୍ଥରେ ଏହି ରଥକୁ ନିର୍ମାଣ କରିଛନ୍ତି ହର ଗୋବିନ୍ଦ ମହାରଣା। ଏହି ରଥ ନିର୍ମାଣ କରିବାକୁ ଦୀର୍ଘ ୬ ମାସ ସମୟ ଲାଗିଛି। ରଥର ଉଚ୍ଚତା ୩୧ ଇଞ୍ଚ ହୋଇଥିବା ବେଳେ ଓସାର ୧୬ ଇଞ୍ଚ ଥିବା କୁହାଯାଉଛି। ଗୋଟାଗୁଆ, ଡାଲ୍‌ଚିନି, ରୁଦ୍ରାକ୍ଷ,ଧାନ, ପାନମହୁରୀ, ହଳଦୀ,କେଶର, ନିମ ପତ୍ର, ତୁଳସୀ, ମୁଗ, ଚାଉଳ,କୋଳଥ, ଧଳାରାଶି ପ୍ରମୁଖ ୪୫ଟି ଖାଦ୍ୟ ପଦାର୍ଥରେ ଏହାକୁ ନିର୍ମାଣ କରିଥିବା କହିଛନ୍ତି ହର ଗୋବିନ୍ଦ ମହାରଣା। ସମ୍ପୂର୍ଣ୍ଣ ଧାନରେ ଦଧିନଉତି ତିଆରି ହୋଇଥିବା ବେଳେ ରାମାନୁଜ ଚିହ୍ନ କେଶର ଦ୍ବାରା, ପତିତପାବନ ବାନା ତୁଳସୀ କାଠରେ ନିର୍ମିତ ହୋଇଛି। ମକା ମଞ୍ଡି ଦ୍ବାରା ୧୬ଗୋଟି ଚକ, ଆଖୁ ଦଣ୍ଡା ଦ୍ବାରା ୮ ଗୋଟି ଅଖ, ପ୍ରଥମ ପୀଠ ୫୦୦ ଗୋଟା ହଳଦୀ, ଦ୍ବତିୀୟ ପୀଠ ୧୦୮ ଗୋଟା ହଳଦୀ, ସାରଥୀ କାଠ ଝୁଣାରେ, ତ୍ରିମୂର୍ତ୍ତିଙ୍କ ନିମ୍ନ ପୀଠ ୩ଟି ରକ୍ତ ଚନ୍ଦନ କାଠ ଦ୍ବାରା ନିର୍ମାଣ କରିଥିବା କହିଛନ୍ତି ହର ଗୋବିନ୍ଦ ମହାରଣା। ଦକ୍ଷିଣ ପାର୍ଶ୍ବ ବିରି ଡାଲି, କୋଳଥ, ଧଳାରାଶି, ମାଣ୍ଡିଆରେ ନିର୍ମିତ ହୋଇଥିବା ବେଳେ ପଛ ପାର୍ଶ୍ବ ପିସ୍ତାବାଦାମ୍, ଝୁଡୁଙ୍ଗ, କାନ୍ଦୁଲ ଡାଲି, ଧନିଆ, କଳାଜିରା,ପାନମହୁରୀ, ଗହମ ପ୍ରମୁଖ ଖାଦ୍ୟ ପଦାର୍ଥରେ ନିର୍ମାଣ କରିଥିବା ସେ କହିଛନ୍ତି। ଘରେ ଟି.ଭି ଦେଖିବା ସମୟରେ ପାଠ ପଢାରେ ବାଧା ସୃଷ୍ଟି ହେବାରୁ ପୁଅ ବାପାଙ୍କୁ ଟି.ଭି ବନ୍ଦ କରିବାକୁ କହିଥିଲେ। ଟି.ଭି ବନ୍ଦ କରିବା ପରେ ସେ ସମୟରେ କଣ କରିବି ଭାବି ଜଗନ୍ନାଥଙ୍କ ପାଇଁ ଏଭଳି ରଥ ନିର୍ମାଣ କରିବାକୁ ମନରେ ଭାବି ଥିଲି। ତାପରେ ଏହା ନିର୍ମାଣ କରିଥିବା ସେ କହିଛନ୍ତି। ଏହି ରଥକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟ ପ୍ରବଳ ଭିଡ ଜମିଥିଲା।

   Related Posts