Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଧଳ ସାମନ୍ତ ନାଁରେ ଆଉ ଏକ ଅପରାଧିକ ମାମଲା

6/08/2018 at 7:31 PM

ଚେ।ରା ବନ୍ଧୁକ ଓ ଗୁଳି ମାମଲାରେ ଏସଡିଜେଏମ୍ କେ।ର୍ଟ ସୁଶାନ୍ତଙ୍କୁ ଦେ।ଷୀ ସାବ୍ୟସ୍ତ କରିଛନ୍ତି। ୨୦୧୦ରେ ଭୁବନେଶ୍ବରରୁ ରାୟପୁର ଅଭିମୁଖେ ଯାଉଥିବା ଏକ କାରରୁ ଚୋରା ବନ୍ଧୁକ ଓ ଗୁଳି ମିଳିଥିଲା । ଏହି ମାମଲାରେ ଜୁନିୟର ଧଳ ସାମନ୍ତ ସୁଶୀଲ, କୁଖ୍ୟାତ ଅପରାଧୀ ଭଜନା ସାହୁ ଓ ଧଳ ସାମନ୍ତଙ୍କ ଅନ୍ୟତମ ସହଯୋଗୀ ଗୌରୀ ମହାପାତ୍ରଙ୍କୁ ଦୋଷୀ ଦର୍ଶାଯାଇଥିଲା । ତେବେ ଏହି ମାମଲାର ପୁନର୍ବିଚାର କରି ଏସଡିଜେଏମ କୋର୍ଟ ସେ।ମବାର ସୁଶାନ୍ତ ଧଳ ସାମନ୍ତଙ୍କୁ ଅଭିଯୁକ୍ତ ଦର୍ଶାଇଛନ୍ତି । ଏହି ଘଟଣାରେ ଗିରଫ ଅଭିଯୁକ୍ତଙ୍କ ଠାରୁ ୬ଟି ବନ୍ଧୁକ, ୮୦୫ ରାଉଣ୍ଡ ଅଫୁଟା ଗୁଳି ଜବତ କରିଥିଲା ପେ।ଲିସ । ତେବେ ଉଭୟ ଧଳ ଭ୍ରାତା ଚୋରା ବନ୍ଧୁକ କାରବାର କରୁଥିବା କଥା ଏହି ଗିରଫଦାରି ପରେ ପୁଲିସ ଜାଣିବାକୁ ପାଇଥିଲା । ଅଭିଯୁକ୍ତ ଯାଉଥିବା ଏକ ଫର୍ଚ୍ୟୁନର ଗାଡିକୁ ମଧ୍ୟ ସିଜ୍ କରିଥିଲା ପେ।ଲିସ । ଯେଉଁ ଗାଡିଟି ସୁଶୀଲ ଧଳ ସମାନ୍ତଙ୍କ ନାଁରେ ଥିବାର ପ୍ରମାଣ ମିଳିଥିଲା । କେବଳ ସେତିକି ନୁହେଁ, ସେହି ଗାଡି ଭିତରୁ କିଛି ଅପରାଧିକ ବ୍ଲୁ-ପ୍ରିଣ୍ଟର ତଥ୍ୟ ବି ପୁଲିସ ହାତରେ ଲାଗିଥିଲା । ତେବେ ଏହି ମାମଲାରେ ଏସଡିଜେଏମ କୋର୍ଟ ସୁଶାନ୍ତ ଧଳସାମନ୍ତଙ୍କ ନାଁ ଯୋଡିବା ପରେ କୋର୍ଟରେ ହାଜର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତ।

   Related Posts