ଦୀର୍ଘ ଦିନର ଦାବି ପରେ ନିର୍ମାଣ ହୋଇଥିଲା ରାସ୍ତା, ହେଲେ ସାମାନ୍ୟ ବର୍ଷାରେ ଧୋଇଗଲା ରାସ୍ତା
6/07/2018 at 9:06 PM

ସାମାନ୍ୟ ବର୍ଷାରେ ଧୋଇଗଲା ଆପ୍ରେଚରୋଡ। ବାହ୍ୟ ଜଗତରୁ ବିଛିନ୍ନ ହେଲା କୁଜାସିଂ ପଞ୍ଚାୟତ । ଗାତରେ ଖସିପଡି ଜଣେ ଶିଶୁ ସମେତ ଆହାତ ହୋଇଥିବା ୩ ଜଣ ବର୍ତ୍ତମାନ ସୁସ୍ଥ ଅଛନ୍ତି । ଯୋଗାଯୋଗ ସ୍ବାଭାବିକ କରିବା ପାଇଁ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଥିବା ବେଳେ ଏହା ଅଧପନ୍ତରିଆ ରହିଥିବା ଅଭିଯୋଗ ହୋଇଛି। ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରକା ଯୋଗୁଁ ହୋଇଥିବା ନିମ୍ନମାନର କାମର ତଦନ୍ତ କରିବାକୁ ପ୍ରଶାସନ ପ୍ରତିଶୃତି ଦେଇଥିଲେ ମଧ୍ୟ ଇତି ମଧ୍ୟରେ ୭୨ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି । କିନ୍ତୁ ଏଯାଏଁ ଘଟଣାର ତଦନ୍ତ ଆରମ୍ଭ ହୋଇନଥିବା ବେଳେ କେବେ ହେବ ସେନେଇ ମଧ୍ୟ କୌଣସି ସ୍ପଷ୍ଟ ସୁଚନା ନାହିଁ ।
Related Posts
ଝାରସୁଗୁଡା: ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
24 January 2021