Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଦିଲ୍ଲୀ ବିବେକ ବିହାର ହତ୍ୟା ଘଟଣାର ପର୍ଦାଫାଶ: ନିଶାସକ୍ତ ୫ଯୁବକଙ୍କ ମଧ୍ୟରେ ୨ ନାବାଳକଙ୍କୁ ଗିରଫ କଲା ପୋଲିସ

15/12/2018 at 5:13 PM

ଦିଲ୍ଲୀ ୧୫/୧୨ : ଏକ ବ୍ଲାଇଣ୍ଡ ହତ୍ୟା ଘଟଣାର ପର୍ଦାଫାଶ କରି ଦିଲ୍ଲୀ ରେଲୱେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି | ପୋଲିସ ଦୁଇ ଜଣ ନାବାଳିକଙ୍କୁ ଗିରଫ କରିଛି | ୩ ଜଣ ଯାକ ଅଭିଯୁକ୍ତ ଡ୍ରଗ୍ସ ଅଭ୍ୟାସରତ | ଏହି ୩ ଜଣ ଅଭିଯୁକ୍ତ ଜଣେ ବ୍ୟକ୍ତିଙ୍କୁ ଲୁଟିବା ପରେ ତାଙ୍କର ହତ୍ୟା କରି ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ଯାଇ ମୃତଦେହକୁ ରେଲୱେ ଟ୍ରାକରେ ଫୋପାଡ଼ି ଦେଇଥିଲେ |


ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧୬ ତାରିଖ ସକାଳେ ବିହାର ରେଲୱେ ଟ୍ରାକରେ କଟିଯାଇଥିବା ଗୋଟିଏ ମୃତଦେହ ଉଦ୍ଧାର ହୋଇଥିବା ନେଇ ପୋଲିସକୁ ଖବର ଯାଇଥିଲା | ପୋଲିସ ସଂଗେ ସଂଗେ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା | ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିଥିଲା ଯେ, ମୃତ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା |


ହତ୍ୟା ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଏକ ଟିମ ଗଠନ କରି ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଥିଲା | ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଲା ଯେ, ମୃତ ବ୍ୟକ୍ତି ଜଣକ ମିରଠର | ବିବେକ ବିହାର ରେଳ ଷ୍ଟେସନ ନିକଟରେ ଏହି ବ୍ୟକ୍ତିଙ୍କ ଫୋନ କିଛି ଦୁର୍ବୁର୍ତ୍ତ ଛଡେଇ ନେଇଥିଲେ | ବ୍ୟକ୍ତି ଜଣକ ଅନ୍ୟ ଜଣେ ଯାତ୍ରୀଙ୍କ ଫୋନରୁ ନିଜ ଭଉଣୀଙ୍କୁ ଫୋନ କରି ଘଟଣା ସମ୍ପର୍କରେ କହିଥିଲେ | ଏତିକିବେଳେ ୫ଜଣ ଯୁବକ ତାଙ୍କ ପାଖକୁ ଆସିଥିଲେ | ୫ଜଣ ଯାକ ନିଶାସକ୍ତ ଅବସ୍ଥାରେ ଥିଲେ | ବ୍ୟକ୍ତି ଜଣଙ୍କ ସେହି ଯୁବକଙ୍କ ଠାରୁ ନିଜ ଫୋନ ଆଣିବା ପାଇଁ ଚେଷ୍ଟା କରିଥିଲେ | ଏତିକିବେଳେ ଦୁଇ ଜଣ ନାବାଳକ ଏକ ଧାରୁଆ ଅସ୍ତ୍ରରେ ବ୍ୟକ୍ତିଙ୍କ ଗଳା କାଟିଦେଇଥିଲେ | ଘଟଣାସ୍ଥଳରେ ହିଁ ସେହି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିଲା | ଏହାପରେ ଏହି ଯୁବକମାନେ ମୃତଦେହକୁ ବିବେକ ବିହାର ରେଳ ଷ୍ଟେସନର ଟ୍ରାକରେ ଫୋପାଡ଼ି ଦେଇ ସେଠାରୁ ଫେରାର ହୋଇଯାଇଥିଲେ |


ପୋଲିସ ସୂଚନା ଅନୁଯାୟୀ, ମୃତ ବ୍ୟକ୍ତି ସାହାଜାହାନପୁର ପାସେଞ୍ଜର ଟ୍ରେନରେ ପରୀକ୍ଷା ଦେବା ପାଇଁ ବରେଲୀ ଯାଉଥିଲେ | ତେବେ ବିବେକ ବିହାର ରେଳ ଷ୍ଟେସନରେ କୌଣସି ସିସିଟିଭି ନଥିବାରୁ ହତ୍ୟା ସମ୍ପର୍କରେ ପୋଲିସ ପାଖରେ କୌଣସି ସୂଚନା ନଥିଲା କି ହତ୍ୟା ଘଟଣାର କେହି ସାକ୍ଷୀ ନଥିଲେ | ପୋଲିସ ପୁରା ଷ୍ଟେସନର ଯାଞ୍ଚ କରି ପ୍ରମାଣ ଏକାଠି କରିଥିଲା | ସମସ୍ତ ପ୍ରମାଣ ଏକାଠିଆ କରି ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଥିଲା | ଏହି ଅଭିଯୁକ୍ତମାନେ ପୂର୍ବରୁ ମଧ୍ୟ ଅନେକ ଅପରାଧିକ ମାମଲାରେ ସାମିଲ ଥିଲେ | ଏହି ୫ଜଣ ଅଭିଯୁକ୍ତ ନିଶା ବ୍ୟବହାର କରୁଥିବା ପୋଲିସ ସୂଚନା ଦେଇଛି |

   Related Posts