Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଦିଲ୍ଲୀରେ ଓଡିଆ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ

9/07/2018 at 10:54 PM

ଦିଲ୍ଲୀରେ ଓଡିଆ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ। ଗଞ୍ଜାମ ଜିଲ୍ଲା ପାତ୍ରପୁର ବଡ ବ୍ରାହ୍ମଣ ସାହିର ଶଙ୍କର ଅଧିକାରୀଙ୍କ ଝିଅ ପ୍ରିୟଙ୍କା ଅଧିକାରୀ ୨୨.୦୧.୨୦୧୮ରେ ସେହି ସାହିର ଶଙ୍କର ମହାନ୍ତିଙ୍କ ପୁଅ ସୁଶାନ୍ତ ମହାନ୍ତିଙ୍କ ସହ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଉଭୟେ ଦିଲ୍ଲୀ ଚାଲି ଯାଇଥିଲେ। ସୁଶାନ୍ତ ଦିଲ୍ଲାରେ ଚାର୍ଟାଡ୍ ଏକାଉଣ୍ଟେଣ୍ଟ୍ ଭାବେ କାର୍ଯ୍ୟକରୁଛନ୍ତି। ଗତ କିଛି ଦିନ ହେଲା ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ଥିବା କୁହାଯାଉଛି। ୭ ତାରିଖ ରାତିରେ ଝିଅ ପ୍ରିୟଙ୍କା ପରିବାରବର୍ଗଙ୍କ ସହ କଥାବାର୍ତ୍ତା ହୋଇଥିବା ବେଳେ ୮ ତାରିଖ ସକାଳୁ ଝିଅର ମୃତ୍ୟୁ ନେଇ ଜ୍ୟାଇଁ ସୁଶାନ୍ତ ପ୍ରିୟଙ୍କାଙ୍କ ବାପାଙ୍କୁ ଫୋନ୍ ଦ୍ବାରା ଖବର ଜଣାଇଥିଲେ। ଏଥିରେ ପରିବାରବର୍ଗ ବ୍ୟଥିତ ହୋଇ ଗତକାଲି ଦିଲ୍ଲୀ ଯାତ୍ରା କରିଛନ୍ତି। ପ୍ରିୟଙ୍କାର ବେକରେ ଚିହ୍ନ ଥିବା ଦେଖିବାକୁ ମିଳିଥିବା ବେଳେ ହତ୍ୟା ନା ଆତ୍ମହତ୍ୟା ଏ ନେଇ ପୁଲିସ୍ ତଦନ୍ତ କରୁଛି। ଶବକୁ ଦିଲ୍ଲୀ ପୁଲିସ୍ ଜବତ କରିବା ସହ ପୋଷ୍ଟମୋର୍ଟମ୍ ପାଇଁ ମେଡିକାଲ୍ ପଠାଇଛନ୍ତି। ଦିଲ୍ଲୀରେ ମୃତକ ପ୍ରିୟଙ୍କାଙ୍କ ପରିବାରବର୍ଗ ପହଞ୍ଚିଛନ୍ତି। ପ୍ରିଯଙ୍କାକୁ ଜ୍ୟାଇଁ ସୁଶାନ୍ତ ହତ୍ୟା କରିଥିବା ନେଇ ଝିଅର ବାପା ଅଭିଯୋଗ କରିଛନ୍ତି। ସୁଶାନ୍ତକୁ ପୁଲିସ୍ ଥାନାରେ ଅଟକ ରଖି ଘଟଣାର ଅଧିକ ତଦନ୍ତ କରୁଛି। ଫୋଷ୍ଟମୋର୍ଟମ୍ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିବ ବୋଲି ପୁଲିସ କହିଛି। ବିବାହର ମାତ୍ର ୬ ମାସ ପରେ ଉଚ୍ଚଶିକ୍ଷିତ ସୁଶାନ୍ତ ଏବଂ ପ୍ରିୟଙ୍କା ମଧ୍ୟରେ କଣ ମନମାଳିନ୍ୟ ଲାଗିରହିଥିଲା କି! ଯଦି ଏଭଳି ଥିଲା କାହିଁକି ତାର କାରଣ ପୁଲିସ୍ ଖୋଜୁଛି। ସୁଶାନ୍ତ କଣ ଅନ୍ୟ କୌଣସି ଝିଅ ସହ ସଂପର୍କ ରଖିଥିଲା କି! ଏ ସଂପର୍କରେ କଣ ପ୍ରିୟଙ୍କା ଜାଣିବା ପରେ ଏଭଳି ଘଟଣା ଘଟିଲା କି! ଏସବୁର ଖିଅ ଖୋଜୁଛି ଦିଲ୍ଲୀ ପୁଲିସ୍। ତଦନ୍ତ ପରେ ହିଁ ମୃତ୍ୟୁର କାରଣ ଜଣାପଡିବ ବୋଲି ଆଶା କରାଯାଉଛି….।

   Related Posts